STORYMIRROR

Chhabi rani Pati

Tragedy Inspirational

3  

Chhabi rani Pati

Tragedy Inspirational

ଭୋକ

ଭୋକ

1 min
302


ମଣିଷ ଜୀବନେ ଆବଶ୍ୟକ କେତେ !!

ଖାଦ୍ୟ ,କପଡା ଓ ଛାତ

ତା'ଠାରୁ ଅଧିକା ଅଶାନ୍ତ ହୃଦୟ

ଅଣ୍ଡାଳି ଥାଏ ତା'ହାତ।


ସତ୍ତା ଭୋକେ ନେତା ତଣ୍ଟି ଚିପି ଚାଲେ

ଗରିବ ଛଡାଏ ରୁଟି

ଯୌତୁକ ଭୋକରେ ଜଳିଯାଏ ଜୁଇ

ଅର୍ଥ ଭୋକେ ଜୁଆ , ବଟି ।


କାମନା ଭୋକରେ ବଢୁଛି ଦୁଷ୍କର୍ମ

ବୈଧବ୍ୟ ର ପ୍ରେମ ଭୋକ

ଜିଜ୍ଞାସା ଭୋକରେ ଜ୍ଞାନୀ ଭ୍ରମୁଥାଏ

ଜରାର ଜୀବନ ଶୋକ ।


ଅରୁଆ,ଗେରୁଆ ସାଧୁ ସନ୍ଥ ଭୋକ

ନାସ୍ତିକ ଆତ୍ମ ବଡିମା

ନଦୀବଢି ପରି ଉଛୁଳା ଯୌବନ

ପ୍ରେମରେ ନରଖେ ସୀମା ।


ଜରା ବ୍ୟାଧି ଭୋକ ଆୟୁଷ ଲୋଡଇ

ପ୍ରକୃତିର ଭୋକ ଶୋଭା

ଫଗୁଣର ଭୋକ ରଙ୍ଗର ଅଭିର

ଚାନ୍ଦର ଚାନ୍ଦିନୀ ଆଭା ।


ଯଜ୍ଞ-ହୋମ ଭୋକ ଘୃତ ଠାରେ ଲଭି

ଭକତର ଭୋକ ଭକ୍ତି

ହିଁସ୍ର ପଶୁ ଭୋକ ମଣିଷ ରକ୍ତରେ

ଦେଖାଏ ବପ ଓ ଶକ୍ତି।


ବନ୍ଧ୍ୟା ଜୀବନରେ ସନ୍ତାନର ଭୋକ

ପୁତ୍ର ଭୋକ କାହା ପାଇଁ

ବୋଝ ମଣୀ ଝିଅ ଗର୍ଭୁ ମାରିଦିଏ

ଦାଣ୍ଡେ ଭିକ ମାଗେ ଯାଇଁ।


ଏକ ରୁ ଶତକ ମୋବାଇଲ ଭୋକ

ସମ୍ବର୍ଦ୍ଧନା ଭୋକେ କବି

ମମତା ଭୋକରେ ବୁଢା ମା' ବାପା

ସାଉଁଟେ ସ୍ମୃତିର ଛବି ।


ଧର୍ମ ଦାଣ୍ଡେ ଏଠି ଅଧର୍ମର ଭୋକ

ବଞ୍ଚିବା ଲାଗୁଛି କଷ୍ଟ

ଜନମ ଠୁଁ ମୃତ୍ୟୁ ଖାଲି ଭୋକ ଭୋକ

ସଂସାର ହୋଇଲା ନଷ୍ଟ ।


କାହା ଭୋକ ଏଠି କେତେଯେ' ପ୍ରକାର

ଶୁଣିଲେ ଲାଗେ ବିଚିତ୍ର

ଅନ୍ତର୍ଯ୍ୟାମୀ ସବୁ ଅନ୍ତର ଜାଣିଲେ

ଫେଡିବେ ତୃତୀୟ ନେତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy