STORYMIRROR

Chhabi rani Pati

Inspirational Others

3  

Chhabi rani Pati

Inspirational Others

ଐତିହ

ଐତିହ

1 min
398



ଜାଭା,ସୁମାତ୍ରା ଓ ଲବଙ୍ଗଦୀପକୁ

ଯାଆନ୍ତି ସାଧବ ପୁଅ

ସାଧବାଣୀ ଏ ଦିଅନ୍ତି ମେଲାଣି

ଧରି ଫୁଲ ଦୀପ ଘିଅ ।


ଶଙ୍ଖ ହୁଳହୁଳି ଉଛୁଳି ପଡଇ

ମହାନଦୀ ଦେବୀ ଘାଟ

ବାଣିଜ୍ୟରେ ହୁଏ ଆଦାନ ପ୍ରଦାନ

ମଣୀ ,ମୁକୁତା ଓ ପାଟ ।


ଧନ,ଦଉଲତ ସମ୍ଭାରେ ବୋଇତ

ବୋହି ଆଣେ ଦ୍ରବ୍ୟ କେତେ

ବରଷକୁ ଫାଳେ ଦେଶେ ବିଦେଶରେ

ସାଉଁଟନ୍ତି ସୁଖ ଯେତେ ।


ପୂରୁବ ଗୌରବ ମହିମାର ଗାଥା

ଉଜ୍ଜୀବିତ କରି ମନେ

ଓଡ଼ିଆ ଐତିହ ପରମ୍ପରା ଆଜି

ବାଲିଯାତ୍ରା କହେ କାନେ ।


ସେ ସ୍ମୃତିକୁ ଆମେ ପାଳୁଛେ ଏ' ଢଙ୍ଗେ

ଭସାଇ ଧରମ ଡଙ୍ଗା

ବଖାଣି ବସିଲେ ପାହିଯିବ ରାତି

ଏ' ବାଲି ଯାତେରା ମଜା ।


ସାରା ମୂଲକ ଯେ ଏକାଠି ହୁଅନ୍ତି

ଆଠ-ଦଶ ଦିନ ପାଇଁ

ହୁଲୁସ୍ତୁଲ ହୁଏ ଗଡଗଡ଼ିଆ ଘାଟ

ସୁଖର ପସରା ନେଇ ।


ଲକ୍ଷାଧିକ ଏହି ଜନ ସମାରୋହ

ସବୁଠୁଁ ନିଆରା ପରା

ରଙ୍ଗ ବେରଙ୍ଗର ଫୁଲ ଆଉ ଦୋଳି 

ଠୁଙ୍କା ପୁରୀ ,ଦହିବରା ।



Rate this content
Log in

Similar oriya poem from Inspirational