STORYMIRROR

Chhabi rani Pati

Inspirational

3  

Chhabi rani Pati

Inspirational

ମୋ ବାପା

ମୋ ବାପା

1 min
326


ବାହାସ୍ପୋଟ ମାରି କହୁଥାନ୍ତି ବାପା

କୋଟିକେ ଗୋଟିଏ ପୁଅ

ଜଳା ଞ୍ଜଳି ଦେଇ ଧନ ଯୌବନ

କ୍ଷୀର ରୁ ମନ୍ଥନ୍ତି ଘିଅ ।


ସାରା ଦୁନିଆଁକୁ ପର କରିଦେଇ

ଉଡାନ୍ତି ପୁଅର ବାନା

ସବୁ ସୁଖ,ଶାନ୍ତି ଭୁଲି ସେ' ଦେଖନ୍ତି

ପୁଅ ସୁଖ ସ୍ୱପ୍ନ ସିନା ।


ପୁଅ ମୁଣ୍ଡ ତେଲ କରି ବାପା ବଞ୍ଚେ

ଘିଅକୁ ନ'କରି ଆଶା

ମଣିଷ ହୋଇ ସେ' ଦେଶାନ୍ତର ହୁଏ

ଜାଣେନି ମନର ଭାଷା ।


ସବୁ ଅଭିଳାସା ହୁଏ ଉଜ୍ଜୀବିତ

କାନ୍ଧରେ ମିସିଲେ କାନ୍ଧ

ହାତରେ ନ'ମାରି ଭାତରେ ମାରିଲେ

ବାପାର କପାଳ ମନ୍ଦ।


ଅରଜିଲା ଧନ ଦୂର ହୋଇଯାଏ

କରିଦେଇ ସାତ ପର

ମାୟା ମୋହ ତେଜି ବାହୁଡେ ବୃଦ୍ଧାଶ୍ରମ 

ଛାଡିବାକୁ ପଡେ ଘର।


ରକ୍ତ ପାଣି କରି ଭୁଲିଯାଏ ଯିଏ

ତା'ପାଇଁ ପରା ଏ'ଘର

ସ୍ୱପ୍ନର ମନ୍ଦିରେ ପରିତ୍ୟକ୍ତ ମୁହିଁ

ସାଜିଲି ତୁଠ ପଥର ।


ସେ କାନ୍ଧରେ ମୁକ୍ତି ପାଇବା ପାଇଁକି

ହୋଇଥାନ୍ତି କେତେ ଘଣ୍ଟି

ଭାଗ୍ୟ ,କର୍ମଫଳ ଦୋଷ ଦେଇ ଶେଷେ

ସୁଖୀ ଯାଉଥାଏ ତଣ୍ଟି ।


ତଥାପି,କଲ୍ୟାଣ କରୁଥାଏ ନୀତି

ପଥର କରି ସେ ଛାତି

ବାପ ପରିଚୟେ ବଡ ହୋଇ ପୁଅ

ବଦଳାଇ ଦିଏ ଗତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational