STORYMIRROR

Chhabi rani Pati

Inspirational

3  

Chhabi rani Pati

Inspirational

ଶିଶୁ

ଶିଶୁ

1 min
240

ଚରେଇବେତିର ମନ୍ତ୍ର

---

ପିଲାବେଳ ଦିନ ଅମୃତ ଲଗନ

ଚାଲିଯିବି ଧୀରେ ଧୀରେ

ସତ ଚେଷ୍ଟା ସତ୍ତ୍ୱେ ଫେରିବନି କେବେ

ରହିଯିବ ସ୍ମୃତି ଘରେ ।


ମନଭରି କର ଉପଭୋଗ ତାର

ଚପଳ- ଚଞ୍ଚଳ ମତି

ନେଡିରୁ ବୋହିଲେ ଗୁଡ଼ ଥରେ ଆଉ

ନ'ପାରିବୁ ତୁହି ଚାଟି ।


ବସିଯାଅ ନାହିଁ ମୋବାଇଲ ଧରି

ଘର କଣେ ବୋହୁ ହୋଇ

ମନ - ମୁଣ୍ଡ ପରି ଶରୀରକୁ କର

ଫୁର୍ତ୍ତି କସରତେ ଯାଇ ।


ଆଳସ୍ୟ ପଣରେ ବାଳୁତ ଶୋଇଲେ

ଯୌବନ ହୋଇବ ଜରା

ଘିଅ ଖାଇ ଦୁଧେ ଧୋଇଲେ ବି' ହାତ

ଫମ୍ପା ମାଠିଆର ସରା।


ବିଦ୍ୟା ମର୍ମ ଭେଦି ନାଚି , ଖେଳି , କୁଦି

ଆଗକୁ ବଢାଅ ପାଦ

ତ୍ୟାଗ କରିଚାଲ ମିଥ୍ୟା, ଚୋରି , ଇର୍ଷା

ନ'ଟପି ସଂସ୍କୃତି ହଦ ।


-------


Rate this content
Log in

Similar oriya poem from Inspirational