STORYMIRROR

Chhabi rani Pati

Others

3  

Chhabi rani Pati

Others

ଶୀତ ସକାଳ

ଶୀତ ସକାଳ

1 min
305


ଶୀତ ସକାଳର ବିପୁଳ ସୌନ୍ଦର୍ଯ୍ୟ

ଧରା ଲାଗେ ସ୍ୱର୍ଗ ପୁର

କୁହୁଡି କାକର ମର୍ତ୍ତ୍ୟକୁ ଜାବୁଡି

ଭ୍ରମ ରଚେ ସୁର ବୀର।


ଫୁଲେ ପତ୍ରେ ସେହି କାକରର ବିନ୍ଦୁ

ସତେକି ଲାଗାଇ ମୋତି

ଅଳସୀ ନାୟିକା ଶୀତ ଚାଦରରେ

ହଯାଏ ଭିଯାଏ ମତି।


ଗାଁ ଠୁଁ ସହର ଶୋଇରହି କିଏ

ସ୍ୱପ୍ନରେ ଯାଆନ୍ତି ହଜି

ଜାଗ୍ରତ ପ୍ରହରେ ହୃଦ ସ୍ପନ୍ଦନରେ

ତନ୍ଦ୍ରା ପ୍ରତ୍ୟସାରେ ମଜି।


ଥୁରୁ ଥୁରୁ ପୁଣି ପାହାନ୍ତି ସକାଳ

ଯୋଗ ବ୍ୟାୟମର ବେଳ

ନିରୋଗି ଆଶାରେ ଚାଲୁଥାଏ ରୋଗୀ

ଭିତତ୍ରସ୍ତ ପାଏ କାଳ।


ମନ୍ଦିରରୁ ଶୁଭେ ଘଣ୍ଟି ଘଣ୍ଟା ରୋଳ

ଉତ୍ତ୍କଣ୍ଠା ରେ ଭକ୍ତ ଜାଗେ

କାର୍ତିକ ରେ ବୁଡ଼ ପକାଇ ହରଷେ

ତୀର୍ଥ କରେ ପୁଣି ମାଘେ ।


କଅଂଳ ପରସ ଶୁଭ ସକାଳରେ

ବେଦର ଓଂ କାର ଧ୍ୱନି

ମନ ପ୍ରାଣ ଦେହ ଭକ୍ତିରେ ଶିହରେ

ଚେଇଁ ଶୁଏ ଅଭିମାନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍