ଘର
ଘର
1 min
174
ଶ୍ରଦ୍ଧା-ସମର୍ପଣ-ତ୍ୟାଗରେ ମହକେ
ଛିଡା ସେ ଘରର ଆତ୍ମା
ମଣିଷ ପଣିଆ ତା' ସଂସାର ସ୍ୱର୍ଗ
ଈଶ୍ୱରଙ୍କ ଅନୁକମ୍ପା ।
ଦେହର ପଣତ ଶ୍ରୀ ମନ୍ଦିର ନେତ
ଶାନ୍ତି କରେ ଯହିଁ ବାସ
ଧର୍ମର ବିଜୟ ପୂଣ୍ୟ ତୀର୍ଥ ସେହି
ଅଧର୍ମର କରେ ନାଶ।
ନଭଶ୍ଚୁମ୍ବୀ ତୁଚ୍ଛା କଂକ୍ରିଟ୍ ବଳୟ
ହେଲେ ବି' ତାରକା ମାଳ
ଫସରଫଟା ସେ କୁସଂସ୍କାର କାୟା
ନିର୍ଜୀବ ନର କଙ୍କାଳ ।
ଅବର୍ଣ୍ଣନୀୟ ସେ' ପ୍ରେମର କୁଟୀର
ବସୁଧାକୁ କରେ ଘର
ସମଭାବେ ନିଜ ମିତ୍ରତା ବାଣ୍ଟଇ
ଦୁଇ ଇଞ୍ଚର ମନ୍ଦିର ।
