STORYMIRROR

Chhabi rani Pati

Romance

3  

Chhabi rani Pati

Romance

ପ୍ରେମର ନିର୍ବାଣ

ପ୍ରେମର ନିର୍ବାଣ

1 min
211

ତୋ' ପ୍ରେମ ବର୍ଷାରେ ଭିଯାଇ ମନକୁ

ନାଚିଲି ମୟୂରୀ ସାଜି

ଭଷା ବାଦଲକୁ ବାନ୍ଧିଲି ପଣତେ

ରଖି ଏ ଜୀବନ ବାଜି ।

ଏ' ଆଖିରେ ଭରି ହଜାରେ ସପନ

ପ୍ରେମର ପୁନେଇ ଚାନ୍ଦ

କାମେନୀ, କଞ୍ଚାନ ନୁହେଁ ଗୋଲାପ ମୋ,

ଫୁଟିଲା ମନେ କୁମୁଦ ।

ଆହତ ହୃଦୟ ଉପଶମ ହେଲା

ତୋ' ପ୍ରେମର ପଦଚିହ୍ନେ

ତପ୍ତ ଯୌବନ ହେମ ହିମ ହେଲା

ବୟସର ଅପରାହ୍ନେ।

ବଦଳିଗଲା ମୋ କାୟକଳ୍ପ ଆଜି

ତୋ' ପ୍ରେମ ତର୍ପଣ ଲାଗି

ସେହି ସମ୍ପର୍କର ଅନୁରକ୍ତ ଲାଗି

ଯୌବନ ଉଠିଲା ଜାଗି ।

ସରଗର ଚାନ୍ଦ ପ୍ରୀତିର କୋଣାର୍କ

ଲୋଡ଼ା ନାହିଁ ମୋର କିଛି

ଅବାଞ୍ଛିତ ନୋହି କିଞ୍ଚିତ ମୋ' ଆଶା

ଦେବ, ପ୍ରେମ ନିର୍ମାଲ୍ୟରୁ କିଛି।



Rate this content
Log in

Similar oriya poem from Romance