ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
1 min
137
ସ୍ୱାର୍ଥରେ ମୁଁ ଏକ ଅନ୍ଧ ମଣିଷ
----------------------------------------
ସବୁ ଚିହ୍ନl ଲୋକ ଅଚିହ୍ନା ଲାଗନ୍ତି
ହୋଇଗଲେ ପାଖେ ଧନ
ଚାଲିଗଲା ପରେ ସେ ଧନ ପାଖରୁ
ଖୋଜେ ମୁଁ ସରଳ ମନ ।
ପ୍ରେମ ଜୁଆରରେ ଭସାଇ ଦେବାକୁ
ଦେଖାଏ ଅନେକ ଲୋଭ
ଯୌବନ ସାଗରେ ପଡିଗଲେ ଭଟ୍ଟା
ଛିଣ୍ଡେଇ ଦିଏ ସେ ଜିଭ ।
ଚାଲି ଶିଖିଥାଏ ହାତଧରି ଜାର
ମଣିଷ ହାଟର ଭିଡ଼େ
ଦୌଡ଼ ଶିଖିଲେ ଅମଡା ବାଟରେ
ହାତ ଛାଡିଯାଏ ନିଡେ ।
ଦଶ ମାସ ଧରି ଗରଭ ଯନ୍ତ୍ରଣା
ସହିଥାଏ ଯେଉଁ ମାଆ
ଅପନ୍ତରା ଠାରୁ ବୃଦ୍ଧାଶ୍ରମ ଯାଏଁ
ମୁଁ ଲେଖିଦିଏ ତାର ନାଁ ।
ସ୍ୱାର୍ଥ ସର୍ବସ୍ୱର ମୁଁ ଛାର ମଣିଷ
ପଥରୁ ଚୁପୁଡ଼େ ପାଣି
ସରିଗଲେ ସ୍ୱାର୍ଥ ଦୁନିଆଁ ଅଚିହ୍ନା
ରକତକୁ ପାରେ ହାଣି ।
