STORYMIRROR

Chhabi rani Pati

Others

3  

Chhabi rani Pati

Others

ବନ୍ଧୁ

ବନ୍ଧୁ

1 min
200


ବନ୍ଧୁ ବୋଲି ସିନା ବନ୍ଧୁ ମହାନ୍ତିର

    ଶ୍ରୀ ଫଳ ହାତରୁ ନେଲୁ

ଏ'ପବିତ୍ର ମନକୁ ଆଡ଼ କରିଦେଇ

    ପ୍ରତାରଣା ପୁଳେ ଦେଲୁ । 


ଅନାଥର ନାଥ ପତିତପାବନ

    ଶ୍ରୀକ୍ଷେତ୍ରେ ବୋଲାଉ ବସି

ତଛ ସଂସାରକୁ ଛାଡ଼ିଦେଲୁ କାହିଁ

    ଘାଣ୍ଟି ହୁଏ ଦିବା ନିସି ।


ଶାଶ୍ୱତ ପ୍ରେମରେ ଦ୍ରୌପଦୀ ହଜିଲା

    ତୋ' ପରି ବନ୍ଧୁ ଟେ ପାଇ

ଲଜ୍ୟା ନିବାରଣେ କୋଟି ବସ୍ତ୍ର ଦେଲୁ

     କୌରବ ସଭାକୁ ଯାଇ।


ଖୁଦଭଜା ଖାଇ ସୁଦାମ ଅଣ୍ଟିରୁ

    ରଖିଲୁ ବନ୍ଧୁର ଟେକ

ରାଜା ହୋଇ ରଙ୍କ ପଦ ସେବିଥିଲୁ

    ଭୁଲିଯାଇ ନିଜ ଭେକ ।


ନିଷ୍ଠୁର ସତ୍ୟକୁ ସାମ୍ନା କରୁ କରୁ

    ଉଙ୍କିମାରେ ମନେ ପ୍ରଶ୍ନ

ମୋ'ପ୍ରେମ ଭକ୍ତିରେ ରକ୍ତ ଥଣ୍ଡା ଲାଗେ

    ଲୁହ ଲାଗେ ଭାରି ଉଷ୍ମ।


ଛପନ ଭୋଗରେ ନୀତି ପେଟ ପୁରେ

    ଆଘ୍ରାଣେ ଭୋଜନ ନେଇ

ସେହି ଛଳନାରେ ପୁରିଯାଏ ପେଟ

   ଭକ୍ତି ଅବକାଶେ ଥାଇ ।


କାଶୀ,ଗୟା,ଗଙ୍ଗା,ମଥୁରା କି ପୁରୀ

    ଯାଇନି ମୁଁ ବୃନ୍ଦାବନ

ସବୁ ବିଗ୍ରହକୁ ଭକ୍ତି ଅର୍ଘ୍ୟ ଦେଇ

    ସ୍ମରିବି ଦେଇ ଏ'ମନ ।


ତିକ୍ତ ହେଉ କି ବା ଆମ୍ବିଳ, ମିଷ୍ଟାନ୍ନ

   ତୋ' ଉଚିଷ୍ଟ ମଣି ମୁଁ ଖାଏ

ଭକ୍ତବତ୍ସଳ ତୁ ଭାବଗ୍ରାହୀ ବନ୍ଧୁ

   ଦିବା ନିସି ଭଜୁଥାଏ।


ନିଷ୍ଠା ନାହିଁ ମୋର ଓଷା,ବ୍ରତେ, ତପେ

    ମନେ ଧରି ଭକ୍ତି ଭାବ

ସେ'ଭାବରେ ବାନ୍ଧି ବନ୍ଧୁଟିଏ କର

   ତରିବି ସଂସାର ନାବ



Rate this content
Log in