STORYMIRROR

Chhabi rani Pati

Tragedy

4  

Chhabi rani Pati

Tragedy

ଗରୀବ

ଗରୀବ

1 min
286

ଜୀବନ ଜୁଇରେ ଯନ୍ତ୍ରଣା ଜଞ୍ଜାଳ

ପତ୍ରଝଡା ବୃକ୍ଷ ଛାଇ

କିମ୍ବୁତ କିମ୍ଵାକାର ଦରିଦ୍ରତା ତାର

ମାରେ ଘନ ଘନ ହାଇ ।


ଅବିଶ୍ରାନ୍ତ ରହେ କର୍ମତତ୍ପର ସେ

ତଥାପି ପୁରେନା ପେଟ

ଲିଭି ଲିଭି ଯାଏ ଜୀବନ ପ୍ରଦୀପ

ନଥାଏ କାହାରି କାଟ ।


ସମାଜ ଭୟରେ ଛେଳି,ମେଣ୍ଢା ପରି

କରେ ଯେ'କାଳାତିପାତ

ତ୍ରାହି ତ୍ରାହି ବୋଲି ଯେତେ ବି ଚିତ୍କାର

ବଳି ପଡିବାଟା ସତ ।


ଦାଦନ ଖଟି ସେ ପରଦେଶ ଗଲେ

କୁଟୁମ୍ବ ପାଳିବା ପାଇଁ

ଭୋକ ଉପାସରେ ମରିବାକୁ ହୁଏ

ଫେରିଆସେ ମଡ଼ା ହୋଇ ।


ମୁଣ୍ଡେ ତେଲ,ପାଟି ସୁଆଦିଆ ଖାଦ୍ୟ

ହୋଇଯାଏ ଦିବା ସ୍ବପ୍ନ

ଶୋଇରହି ରାତ୍ରି ତାରା ଗଣୁଥାଏ

ରୋଗେ କାଟୁଥାଏ ଦିନ।


ବାଦଲ ଫାଟିଲେ ଘରେ ହୁଏ ବନ୍ୟା

ପେଟେ ଦିଏ ଓଦା କନା

ଶିକ୍ଷା ଛାଡି ଶିଶୁ ଶ୍ରମିକ ସାଯଇ

ଦେହେ ଉଡୁଥାଏ ବାନା ।


ପ୍ରାରବଧ ଭାଗ୍ୟର ଅଭିଶାପ ଧୋଇ

ବଞ୍ଚେ ଅବଶୋଷ ନେଇ

ଆହା ବୋଲି କେବେ ନଶୁଣି ବି ସହେ

ଛାତିରେ ପଥର ବୋହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy