STORYMIRROR

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

କବିତା ଆଳାପ-27 : (ତୃତୀୟ ସପ୍ତାହ) :ନାରୀ ଜୀବନ :

କବିତା ଆଳାପ-27 : (ତୃତୀୟ ସପ୍ତାହ) :ନାରୀ ଜୀବନ :

1 min
254

ସୁଖେ ଦିନଗଲା ବାପଘରେ ମୋର ସବୁଠି ଆଦର ପାଇ,

ବାପାଙ୍କର ଗେହ୍ଲି ମାଆର ମାଣିକ କଣ୍ଢେଇ କହେ ମୋ ଭାଇ |


ସେହି ଘର ଥିଲା ବୈକୁଣ୍ଠପୁର ଥିଲି ମୁଁ ରାଜକୁମାରୀ,

ଆମ ବଗିଚାଟି ନନ୍ଦନ କାନନ ଥିଲା ଘରସୁଖ ଶିରୀ |


ବାପା-ମାଆ ସିନା ନାଆଁକୁ ମାଲିକ ଅସଲ ମାଲିକ ମୁହିଁ,

ମୋରଇଚ୍ଛା ସବୁ ପୂରଣ କରନ୍ତି ମାମୁଘର ଅଜା-ଆଈ |


ଦୁହିତା ସାଜି ମୁଁ ଶାଶୂଘରେ ଏବେ ହୋଇଛି ମୁଁ ରାଜରାଣୀ,

ସ୍ୱାମୀଙ୍କ ଘରଟି ମୋ ନାମରେ ଲେଖା ମୁହିଁ ଏକା ମାଲିକାଣୀ |


ଦୁଇଜଣ ପିତା ଦୁଇଜଣ ମାତା ପାଇଛି ଦୁଇଟି ଘର,

କିଏ କହେ ମୋର ନିଜଘର ନାହିଁ ସବୁ ସଂପତ୍ତି ତ ମୋର |


ଆଇନ କହୁଛି ବାପା ସଂପତ୍ତିରେ ରହିଅଛି ମୋର ଭାଗ,

ଶ୍ୱଶୁର ସଂପତ୍ତି ସ୍ୱାମୀ ବାଟଦେଇ ହାତକୁ ଆସିବ ଆଗ |


ନାରୀଜାତି ମୁହିଁ କେହି ଅରିନାହିଁ ସଭିଙ୍କ ସୁଖରେ ସୁଖୀ,

କୋମଳ ହୃଦୟ ଦେଇଛନ୍ତି ପ୍ରଭୁ ପରଦୁଃଖେ ହୁଏ ଦୁଃଖୀ |



Rate this content
Log in

Similar oriya poem from Inspirational