STORYMIRROR

Tikeshwar Sahu

Inspirational

4  

Tikeshwar Sahu

Inspirational

ତରୁଣ

ତରୁଣ

1 min
255

ତରୁଣ ଅରୁଣ ଉଷାରେ ବରଣ ନବ ଦିଗନ୍ତର ଆଭା, 

ନବ ଚେତନାର ଦୀପ୍ତ ରଚନାର ନୂତନ ଆଲୋକ ପ୍ରଭା |୧|  

ନବ ନବ ରବି ଆଲୋକେ ପ୍ରଭାବି ତରୁଣ ଶକତି ଛବି,   

ତରୁଣ ଉଠଇ ଆଲୋକକୁ ଛେଦି ଯାହା ନ ହୁଅଇ ଭାବି |୨|             

ସବୁଜ ମୁକୁଳ ରଙ୍ଗିମା ଭଙ୍ଗିରେ ତରୁଣ ଉଠଇ ମାତି,         

ସୁନୀଳ ଆକାଶ ଘନ ବଉଦକୁ ଲଙ୍ଘି ଯାଇପାରେ ଗତି |୩|   

ସାଗର ବୁକୁର ଜଳ ଗଭୀରତା ନ ପାରଇ ତାକୁ ମାପି,      

ଯୁବ ଶକତିର ଅପାର କ୍ଷମତା ମାପି ଦେଇପାରେ ଛାତି |୪|


Rate this content
Log in

Similar oriya poem from Inspirational