STORYMIRROR

Jagannath Das

Inspirational

3  

Jagannath Das

Inspirational

ରାବଣ ପୋଡି

ରାବଣ ପୋଡି

1 min
193


 ଅତୀତର ସେହି ସ୍ମୃତି

ରାମ ଗାଥା

ରାବଣ ମଥା

ପୋଡି ରେ ହଉନି ଆହୁତି


ତିକ୍ତ ର ଅନୁଭୂତି

ସୀତା ଙ୍କ ଜୀବନର

ଅଲିଭା ଦାଗ ପରିବ୍ୟାପ୍ତି..


ଆଜିର ଧରା ସ୍ଥିତି

ବିପରୀତ ପରିସ୍ଥିତି

ବହୁ ରାବଣ ହୁଏ ଦ୍ୟୋତୀ


କେତେ ସୀତା ହରଣ

କେତେ ରାବଣ ମରଣ

ନିତ୍ୟ ଦୈନନ୍ଦିନ ପ୍ରତିଭାତୀ...2


ପୁଳେ ବାରୂଦ କୁ ଖଞ୍ଜି

କୁଟା ରାବଣ ରେ ରଞ୍ଜି

ପୋଡି ରେ ମନ ଆନନ୍ଦ ଅତି


ଶବ୍ଦ କୌତୁହଳ ସୃଷ୍ଟି

ଆବେଗ ବେଦନା ପୁଷ୍ଟି

ହୁଏ ପରିବେଶ ଧୁମ୍ର ଭାତୀ...3


ମନ ରୁଦ୍ଧ ଦରଵାରେ

ଜବାବ ସୁଆଲ କରେ

ରାବଣ ପୋଡି ରେ ହୁଏ ଭ୍ରାନ୍ତି


ଯଦି କେବେ କିଛି ଏବେ

ଇର୍ଷା ଦ୍ୱେଷ ଭୁଲ ତେବେ

ହୋଇଗଲା ସୁଶ୍ରୀ ଅନୁଭୂତି..4


ରାବଣ ପୋଡିତ ଠିକ

ଆଜିର ରାବଣ ଶିଖ

ଏ ଅପବ୍ୟୟେ ମିଳୁ ଶାନ୍ତି


ଘଣ୍ଟା ଘଣ୍ଟା କରି ଦେଖ

ରାବଣ ପୋଡି ରୁ ଶିଖ

ଆଜି ସବୁ ନାରୀ ମାତା ସତୀ..5


ଟଙ୍କା ଖର୍ଚ୍ଚ କରି ଏଠି

କି ଲାଭ ଵା ଅଛି ସେଠି

 ଆଜିର ରାବଣ ପୋଡି ପ୍ରତି


ସଂସାର ରେ ରଣ ଭଣ

ହୁଅନ୍ତି ରାବଣ ମାନ

ସୀତା ଙ୍କ ପ୍ରତି ମନେ ପ୍ରୀତ୍ତି...6


ଆଜିର ରାବଣ ପୋଡି

ଖୋଲି ଅଛି ହିଂସା ପେଡି

ଆଜିର ସୀତାର ମନେ ଭିତ୍ତି


କିଛି ଚାନ୍ଦା କରି ଆଣ

ରାବଣ ପୋଡି ର ବାଣ

ଅରିଜିନାଲ ରାବଣ ମାରେ ଫୁର୍ତ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational