ବିଦ୍ୟାର୍ଥୀ
ବିଦ୍ୟାର୍ଥୀ
ଶୁଣ ଆହେ ତୁଷାର୍ତ୍ତ ବିଦ୍ୟାର୍ଥୀ
ପଠନେ ଅଭ୍ୟସ୍ତ ହୁଅ,
ଅଧ୍ୟୟନେ ହୁଅ ତପସ୍ୱୀ ପରିି
ପଠନରେ ମନ ଦିିଅ ।
ଶ୍ରବଣ,ମନନ,ଚିନ୍ତନ କରି
ତା ସାଥେ ଲିଖନ କଲେ,
ଏ ସବୁ ତୁମେ କରିିଲେ ନିଶ୍ଚେ
ବିଦ୍ୟାଭ୍ୟାସ ହେବ ବଳେ ।
ଜ୍ଞାନ ପିପାସୁ ହୁଅ ହେ ତୁମେ
ବୁଦ୍ଧିର କର ବିିକାଶ,
କାର୍ଯ୍ୟକ୍ଷେତ୍ରେ ବୁଦ୍ଧି ପ୍ରୟୋଗ କରି
ଦକ୍ଷତା କର ପ୍ରକାଶ ।
ପରିଷ୍କାର,ପରିଚ୍ଛନ୍ନ ହୋଇଣ
ବ୍ୟାୟାମରେ ମନ ଦିିିଅ,
ପ୍ରତିକାର୍ଯ୍ଯେ ହେବାପାଇଁ ସଫଳ
ଶତତ ଚେଷ୍ଟିିିତ ହୁଅ ।
ଗୁରୁଭକ୍ତି ସଦା ମନରେ ରଖି
ସଭିଙ୍କୁ ସମ୍ମାନ କର,
ଦେଶ ଓ ଜାତିକୁ ନିିିଜର ମଣି
କାର୍ଯ୍ଯେ ହୁଅ ଅଗ୍ରସର ।
ଈଶ୍ବର ଭକ୍ତିି ମନେ ରଖି ନିିିଜ
ଲକ୍ଷ୍ୟ ପଥେ ଚାଲୁଥାଅ,
ବିପଥ ନ ହୋଇ ନିିଜ କର୍ତ୍ତବ୍ୟେ
ସଫଳ ମାର୍ଗରେ ଯାଅ ।
ପରିଶ୍ରମ ଫଳ ନ ହୁଏ ବୃୃଥା
ମନେ ରଖିଥିବ ଏହା,
ନିଶ୍ଚୟ ହାସଲ କରିବ ତୁୁମେ
ମନେ ପାଞ୍ଚିିଥିବ ଯାହା ।
