ତରୁଣ
ତରୁଣ
ଶୁଣ ଆହେ ତରୁଣ ଗୋଷ୍ଠୀ
ତୁମେ ହୁଅ ଜାଗ୍ରତ,
ମାଟି ମା'ର ଡାକ ଶୁୁଣ ହେ
ହେଇଯାଅ ପ୍ରସ୍ତୁୁୁତ ।
ନିଦ୍ରା ତେଜି ଉଠି ଯାଅରେ
ଭାଙ୍ଗ ହେ ନିରବତା,
କରି ଦିିିଅ ରଣହୁଙ୍କାର
ଦେଇ ନିଜ ବାରତା ।
ତୁମ୍ଭର ଶକ୍ତିର ସମ୍ମୁଖେେ
ସବୁ ହାର ମାନିବ,
ତୁମ ଡାକ ଶୁୁଣି ସବୁରି
ନିଶ୍ଚେ ନିଦ ଭାଙ୍ଗିବ ।
ତୁମ୍ଭେ ଯେ ଉତ୍କଳ ସନ୍ତାନ
ଏଇ ବୀର ମାଟିର,
କୋଣ ଅନୁକୋଣେ ରହିଛି
ଶୌର୍ଯ୍ୟ, ବୀର୍ଯ୍ୟ ତୁମ୍ଭର ।
ତୁମ ଶକ୍ତି ଆଉ ଦକ୍ଷତା
ନାହିଁ ଅଛପା ଆଉ,
ବାହୁ ବଳ ରଖି ଶରୀରେ
ମନରେ ଦମ୍ଭ ଥାଉ ।
ତୁମେ ଏଇ ମାଟି ମାଆଁର
ଅଟ ବୀର ସନ୍ତାନ,
ଓଡ଼ିଆ ଜାତିର ସୁୁପୁତ୍ର
ସତେ କେତେ ମହାନ ।
ଶତୃ ସାଙ୍ଗେ ଲଢି ଚାଲରେ
ଭୟ ନକରି ତିିଳେ,
ଶତୃ ହେଇଯାଉ ନିପାତ
ଶିର ରହୁ ତା' ତଲେ ।
