STORYMIRROR

Sanjukta Padhi

Inspirational Others

4  

Sanjukta Padhi

Inspirational Others

ଗଛ

ଗଛ

1 min
268


ହେ ବୃକ୍ଷ,

ତୁମେ ମହାନୁଭବ

ଅନେକ ଦିନରୁ ତୁମେ

ଦଣ୍ଡାୟମାନ ଏଠି

ଖରା ବର୍ଷା କାକର

ସବୁ କିଛି ଏଡାଇ।

କାନ୍ତି ପଥିକକୁ ଆଶ୍ରା

କ୍ଷୁଦାର୍ତ୍ତ ତୃଷାର୍ତ୍ତକୁ

ଦିଅ ଅନ୍ନ ଜଳ

ରୋଗୀକୁ ଦେଇଥାଅ

କେତେଟେ ଚେରମୂଳି

ଦରିଦ୍ରର ଲାଜ ରଖ

ପିନ୍ଧାଇ ବକ୍କଳ

ଜାଣିବାକୁ ଦିଅ ତୁମେ

କେତେ ଦାରୁ ଦଳ

ତୁମ ବିନା ଅସମ୍ଭବ

ନ ମିଳେ ଅନ୍ନ ଜଳ

ଜୀବନ ରକ୍ଷା କର

ଛାଡି ଅମ୍ଳଜାନ

ଶୋଷିନିଅ ସବୁ ତକ

ଦୂଷିତ ଅଙ୍ଗାରକାମ୍ଳ

ସଂଚି ରଖ ମାଟିକୁ

ଯାହା ଅମୂଲ ମୂଲ

ଜନେ ଚୋଷି ବହୁ ମତେ

ହୁଅ ତୁମେ ପ୍ରଫୁଲ୍ଲ ।

ତୁମ ଅଙ୍ଗାର କ୍ଷାର

ଝାଟି କୁଟି ଫୁଲ

କେହି ନାହିଁ ତୁମ ତୁଲ,

ଖାଦ୍ୟ ବସ୍ତ୍ର ବାସଗୃହ

ଏଇତ ସୁଖ ସରଗ

ଏତକ ଯା ପାଖେ ଅଛି

ସିଏ ତ ବଡ଼ ଲୋକ

ସୁଜନରେ ଗଣା ହୁଏ

ଦାରୁ ବ୍ରହ୍ମ ରୂପେ ପୂଜା

କେଉଁ ଜନ୍ମର ଫଳ ତୁମ

ଅବା କଲ କେଉଁ ତପ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational