ଅମୃତ ସନ୍ତାନ
ଅମୃତ ସନ୍ତାନ
ଖରା ବର୍ଷା ଶୀତ ଖାତିରି ନ କରି
କର୍ଷଣ କରଇ ମାଟି
ରୌଦ୍ର ତାପରେ ସ୍ବେଦ ତା ତନୁରେ
ପାଦ ଯାଉଅଛି ଫାଟି ।
ଅର୍ଥର ଅଭାବେ ଚକିତ ନ ହୋଇ
ଖେତେ କରେ ପରିଶ୍ରମ
ଆଳସ୍ୟକୁ ତ୍ୟାଗି କର୍ମ ବୀର ହୋଇ
ଦିନ ସାରା କରେ କାମ ।
ମାଟିର ମଣିଷ ଅମୃତ ସନ୍ତାନ
ଅନ୍ନ ଯୋଗାଇ ସେ ଶ୍ରେୟ
ନାହିଁ ତା'ର କୋଠା ଗାଡ଼ି କି ମୋଟର
ଶାଗ ପଖାଳ ତା ପ୍ରିୟ ।
ସରଳ ନିର୍ଦ୍ଧନ ନିରୀହ ମଣିଷ
ମାଟିରେ ଖଟିକି ରୁହେ
ନିରସ ମରୁକୁ ସରସ କରୁଛି
ଜଗତ ଜନତା କୁହେ ।
ଜୀବନ ଜାପାନ ଆଡମ୍ବର ହୀନ
ମଉଜେ ନରୁହେ ଲାଖି
ହତାଶ ନହୋଇ କରେ ବିଲ କାମ
ଅନୁକୂଳ ବେଳ ଦେଖି ।
ପ୍ରଭାତୁ ଉଠିଣ ବଳଦକୁ ଧରି
ଜମିକୁ ଲଙ୍ଗଳେ ଚଷେ
ସୁନେଲି ସୁରୁଜ ତା'ଚଞ୍ଚଳ ଦେଖି
ପ୍ରାଚୀ ଦିଗେ ଉଇଁ ହସେ ।