STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଜନ ସଂଖ୍ୟା

ଜନ ସଂଖ୍ୟା

1 min
159


ମନରେ ଯେବେ ଉଙ୍କିମାରେ ଏକ ପ୍ରଶ୍ନ

ମାନବ ଜନ୍ମ ଟା ସତରେ କଣ ହିତକର?

ଵିଶ୍ଳେଷଣ ଓ ସଂଶ୍ଳେଷଣ ଖେଳନ୍ତି ଲୁଚକାଳି ଖେଳ

ଦ୍ୱନ୍ଦ୍ୱ ଓ କୌତୁହଳ କଇଁଛ ବେକ ସମ କରନ୍ତି ଯାଆସ

କେହିଜଣେ ସହାସ୍ୟ ବଦନରେ 

ଜ୍ଞାନ ଭଣ୍ଡାରର ଟିପାଖାତାକୁ ତନ୍ନ ତନ୍ନ କରି ଖୋଜେ

ଭାବ ବିହ୍ଵଳରେ କହେ...

ଏ ମଣିଷ ପରା ସ୍ରଷ୍ଟାଙ୍କ ଶ୍ରେଷ୍ଠ ସୃଷ୍ଟି

ସେ ପରା ବିଜ୍ଞାନୀ ବିଶ୍ୱକର୍ମା

ସେ ପରା ମାୟାପୁରୀର ବିଶୁ ମହାରଣା

ଯାହାର ହାତର ଅନୁପମ ସ୍ପର୍ଶ ସୃଷ୍ଟି କରେ ଐଶ୍ୱର୍ଯ୍ୟର ହିମାଳୟ

ଯାହାର ବୁଦ୍ଧିର ଛୁଆଁ ନିର୍ମାଣ କରେ ଅତ୍ୟାଧୁନିକତାର ଅଟ୍ଟାଳିକା

ତା ବିନା ସୃଷ୍ଟି ପରା ଅସମ୍ଭବ

ସ୍ବର୍ଣ୍ଣ ପରା ଚୂର୍ଣ୍ଣ

ତାହା କଣ ସତରେ ପ୍ରକାଶ୍ୟ ?


 ଆଉ କେବେ ହୃଦୟାଟା କହେ

ସତରେ ଏ ମାନବଟା କି ଅହିତକାରୀ !

କେବେ ବା ସାଜେ କୂଳାଙ୍ଗାର ତ 

କେବେ ଅସାମାଜିକ ଅସଭ୍ୟ

ବାଛି ବାଛି ଆଦରିନିଏ ଚାକଚକ୍ୟ ବିଳାସର ମନ୍ତ୍ର

ଭୁଲିଯାଏ ଅବୋଲକରାର କାହାଣୀ

"ବସି ଖାଇଲେ ପରା ନଈବାଲି ସରେ"

ସାଜେ ଉସମାବିନ

କରେ ଧ୍ୱସ୍ତ ବିଧ୍ୱସ୍ତ ଏ ପୃଥିବୀକୁ

ପ୍ରକମ୍ପିତ କରେ ମାନବର ପ୍ରାଣ

ସ୍ପଂଦାଏ ନିରୀହଙ୍କ ହୃତପିଣ୍ଡ

ଶୁଷ୍କ କରେ ଆଶାର ଆମାଜାନ

ଆଙ୍କିଦିଏ ଶ୍ମସାନର ମାନଚିତ୍ର

ସଭିଙ୍କ ଅନ୍ତରାତ୍ମାରେ ଉଦ୍ଦୀପନାରେ !!!


 ଅଜ୍ଞାନର ଜନସଂଖ୍ୟା ବୃଦ୍ଧି 

କରେ ରୁଗ୍ଣ ଆଉ ଜରାଜୀର୍ଣ୍ଣ

ଜନସଂଖ୍ୟାର ବଳ ବି ନିରାଶ କରେ ଶତ୍ରୁର ମାନସିକତା

ମୌଳିକ ଆବଶ୍ୟକତା ହରାଇଥାଏ ମୋଳିକତ୍ୱ

ସ୍ନେହ ମମତା ଗୁଡାକ ସାଜନ୍ତି ଅଲୋଡା ଆଖୋଜା

ଆତ୍ମୀୟତା ମାନେ ଲୁଚି କାନ୍ଦନ୍ତି ଧକେଇ ଧକେଇ

ଖୋଜି ସମାଧାନର ସିଦ୍ଧାନ୍ତ...

ଜନବିରଳବି ପିନ୍ଧାଏ ଭିକ୍ଷୁକର ଗଣାବେଶ

ନିଃସନ୍ତାନ ମଆଟା ଅଶ୍ରୁଧାରରେ ଗାଧୋଇଦିଏ ସ୍ୱପ୍ନର ସନ୍ତାନକୁ

କିଂକର୍ତ୍ତବ୍ୟବିମୁଢର ପାଦଦେଶେ ସଭିଙ୍କ ସଂକଳ୍ପ

ବିଜ୍ଞାନର ଉଚ୍ଚଚିନ୍ତାଧାରା ଘଉଡାଏ ଅଜ୍ଞାନର ନିଶା

ଧୀରେ କହେ ଜନସଂଖ୍ୟା.…..….

ସମାଧାନ ମାନେ ନୁହଁ ଭ୍ରୁଣହତ୍ୟା

କେବଳ ପରା ସଂଯମ ଓ ସଚେତନତାର କଅଁଳ ଛୁଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational