STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ତୁମ ପାଇଁ ପଦେ ଲେଖିଲି

ତୁମ ପାଇଁ ପଦେ ଲେଖିଲି

1 min
136

ଧାନକୁ କୁଟିଲେ ଚାଉଳ ହେବ    

     ଚାଉଳକୁଟିଲେ ଚୁନା

ଅଠର ବରଷର ପିଲାକୁ 

     ଗାଡି ଚଲେଇବା ମନା 


ବାପା ମାଆ ଯଦି ଗାଡି ଦେଉଥିବେ

    ଏଇ କଥା ମନେରଖିବେ

ଚାଲି ଯାଉଥିବା ଦାଣ୍ଡର କିଳାକୁ

     ନିଶ୍ଚୟ ଘରକୁ ଡାକିବେ 


ବାପା ମାଆ ମାନେ ମୋହରି କଥାକୁ

    ମନରେ ଟିକିଏ ହେଜିବେ

ନିଜର ପିଲାକୁ ଆକଟ କରି

    ସୁନାର ସଂସାର କରିବେ 


ନହେଲେ ସତ କଥାଟିଏ କହୁଅଛି ମୁହିଁ

      କଥାଟିକୁ ଟିପିରଖ

ଅଖା ଧୋଉଥିବ ଗୁଣ ଗାଉଥିବ

     କିଏ ଶୁଣିବେନି ଦୁଃଖ 


ଆମ ଘର ପାଖେ ଘଟଣା ଘଟିଲା

     ଘଟଣା ଟିକୁ ମୁଁ ଦେଖିଲି

ବିଷୟ ବସ୍ତୁ ସବୁବୁଝି କରି

    ତୁମ ପାଇଁ ପଦେ ଲେଖିଲି ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational