ଦୁହିତା
ଦୁହିତା
ଜନମ ହୋଇ
ଦୁଇ କୁଳର
ହିତ କରିଥାଏ ବୋଲି
ନାଆଟି ତା'ର ଦୁହିତା ।
ବାପ ଘରେ କଟିଥାଏ ତାହାର
ଅଧା ଜୀବନ କାଳ
ବିବାହ ବନ୍ଧନରେ ଆବଦ୍ଧ
ହୋଇ ଶ୍ବଶୁର ଘରେ କଟିଯାଏ
ତା'ର ସାରା ଜୀବନ ।
ଜନମରୁ ମରଣ ଯାଏ
ଆଦର, ସ୍ନେହ
ବାଣ୍ଟି ଦେଉଥାଏ ସମସ୍ତଙ୍କୁ
ବାପ ଘରେ ବାପା, ମାଁଙ୍କୁ
ଭାଇ, ଭଉଣୀ ମାନଙ୍କୁ ପରଷି ଦିଏ
ଆଦର ପରଷ
ଶ୍ବଶୁର ଘରେ ସ୍ବାମୀ
ଶାଶୂ, ଶ୍ବଶୁର ତଥା ଅଚିହ୍ନା
ପରିଜନଙ୍କୁ କରିନିଏ ନିଜର ।
ସନ୍ତାନ ସନ୍ତତି ଜନମ ହେଲା
ପରେ ପାସୋରି ଦେଇଥାଏ ନିଜର
ସୁଖ, ଶାନ୍ତି କଥା
କିଭଳି ତାହାର ଉତ୍ତରାଧିକାରୀ
ରହିବ ସୁଖୀ ହୋଇ ସଦାସର୍ବଦା
ଏହି କଥା ଭାବୁଥାଏ ତା'ର ମଥା ।
ତାହାରି ଜନମେ
ଅଧେ ଜନେ
ମନକୁ କରନ୍ତି ଦୁଃଖ
ଆଉ ଭାବୁଥାନ୍ତି
କାହିଁକି ଆସିଲା ଜନମ ହୋଇ
ମୋର ଘରେ ସାଜି ସେ ବୋଝ।
ବୋଝ ନୁହେଁ ସେ
ଅଟେ ଜୀବନ ଜନମ ର ଆଧାର
ଖାଲି ଚିନ୍ତାଧାରା ବଦଲାଇ
ଦେଲେ ଉତ୍ତମ ଭାବେ ବୁଝି ପାରିବ
ହେ! ମୋର
ମାନବ ସମାଜ ।