ବୁଢ଼ା ବରଗଛ
ବୁଢ଼ା ବରଗଛ
କାହି କେତେ ଦିନରୁ ଗାଁର
ଉପର ମୁଣ୍ଡେ ସେ ଛିଡା ହୋଇଛି
ମହାଦ୍ରୁମ ବୁଢା ବରଗଛ
ଅବିଚଳିତ ଅଟଳ ହୋଇ ରହିଛି।
ଶହସ୍ର ଓହଳ ତା'ର ସବୁ
ଭୂମିକୁ ସ୍ପର୍ଶ କରୁଅଛି
ଦେଖିଲେ ଗଜରାଜ ର
ଶୁଣ୍ଢ ଭଳି ପ୍ରତିୟମାନ ହେଉଛି।
ଶାଖା ପ୍ରଶାଖା ତା'ର କେଡେ
ବଡ ଏରିଆ କୁ ଅକ୍ତିଆର କରିଛି
ଦୂର ରୁ ଦେଖିଲେ ଗୋଟିଏ
ବିରାଟ ପାହାଡ ର ଭ୍ରମ ସୃଷ୍ଟି କରୁଛି।
କ୍ଳାନ୍ତ ପଥିକ ମାନଙ୍କୁ
ତା'ରି କୋଳରେ ବିଶ୍ରାମ ଦେଇଛି।
କେତେ ପ୍ରକାର ର ପକ୍ଷୀକୂଳ ଙ୍କୁ
ହୃଦୟେ ବାସସ୍ଥାନ ର ବନ୍ଦୋବସ୍ତ କରିଦେଇଛି।
ଗାଁର ସୁଖଦ ସମୟର
ହସଖୁସିର ବେଳକୁ ନିଜେ ଦେଖିଛି
ବିଶାଦ ଦୁଃଖଦ ମୂହୁର୍ତ୍ତ କୁ
ମଧ୍ଯ ନିଜେ ହୃଦୟଙ୍ଗମ କରିଛି।
ଗାଁର ଝିଅ ପର ଗାଁକୁ ବୋହୂ
ହୋଇ ଯିବାର କୋହଭରା ବେଳ
ପର ଗାଁର ଝିଅ ବୋହୂ ହୋଇ
ଆସିବାର ବୈବାହିକ ସାଂସାରିକ ଜୀବନ ଖେଳ।
ଜନମ ହୋଇ କୈଶୋର,ଯୌବନ ବେଳା ର
ଉନ୍ମାଦନା ବେଳ କୁ ଅନୁଭବ କରିଛି।
ପରିଶେଷରେ ପାଉସ ହେବାର
ମହାଯାତ୍ରା ମଧ୍ଯ ତା'ରି ନିକଟକୁ ଗୁଜରିଛି।
ସବୁ ସମୟ,ମୁହୂର୍ତ୍ତ କୁ ସେ ମୂକସାକ୍ଷୀ
ଭାବେ ନିରିକ୍ଷଣ କରିଛି
ଗାଁ ମୁଣ୍ଡରେ ସେ ଅବିଚଳିତ,ଅଟଳ
ହୋଇ ଠିଆ ହୋଇରହିଛି।
