ଚଳନ୍ତି ଠାକୁରଙ୍କ ଦୁଃଖ
ଚଳନ୍ତି ଠାକୁରଙ୍କ ଦୁଃଖ
1 min
131
ଇଶ୍ବରଙ୍କ ଅନ୍ୟ ପ୍ରତିରୂପ
ଅଟନ୍ତି ସେ ଦୁହେ
ପିତା ମାତା ଭାବେ ସମ୍ବୋଧିତ!
କରୁ ଆମ୍ଭେ ଉଭୟେ।
ସଭିଙ୍କୁ ନମିଳିଥାଏ ତାଙ୍କର
ଆଶୀର୍ବାଦ
ଭାଗ୍ୟବାନ ଅଟନ୍ତି ସେମାନେ ପାଆନ୍ତି
ତାହାଙ୍କର ଆଶିଷ।
ନିଜର ଜୀବନ ହେଉପଛେ
କଷ୍ଟ ମୟ
କିପରି ନିଜର ସନ୍ତାନ ଭବିଷ୍ଯତ
ହେବ ସୁଖଦ।
ଏହି ଭାବନା ରେ ଅତିବାହିତ ହୋଇଯାଏ
ତାଙ୍କର ଜୀବନ
ଆଜୀବନ କାଳ ଭିତରେ ସୁଝି ହେବ
ନାହିଁ ତାଙ୍କ ଋଣ।
ତଥାପି କିଛି ଅଧମ ବୟସର
ଅପରାହ୍ନ କାଳେ
ତାଙ୍କୁ ଛାଡ଼ି ଦେଇ ଆସନ୍ତି
ବୃଦ୍ଧାଶ୍ରମ ସ୍ଥଳେ।
ସବୁକିଛି ତ୍ଯାଗ ର ପାଆନ୍ତି
ଏପରି ଉପହାର
ବଡ ଦାରୁଣ ଦୁଃଖ କଟିଥାଏ
ତାଙ୍କର ଜୀବନକାଳ।
ଧନ୍ଯ ଧନ୍ଯ ସେହିପରି
ସନ୍ତାନଗଣ
ଯିଏ ନିଜ ର ଜନ୍ମଦାତା ଙ୍କୁ
କରେ ତିରସ୍କାର।
ଇଶ୍ବର କରନ୍ତୁ ନ ମିଳୁ କାହାକୁ
ଏପରି ଦାୟାଦ
ଆଉ ପିତାମାତା ଙ୍କର ଜୀବନ
ନ ହେଉ ବିଷାଦ।
ଚାକଚକ୍ୟ ଦୁନିଆର ମୋହ ମାୟା
ଅଟେ ଭଙ୍ଗୁର
ସଂସାର ମାୟା ହୋଇ ମତ୍ତ ଜନ୍ମଦାତାଙ୍କୁ
ନକର ପର।
