STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଜୀବନ ଟେ ପାଇଛ

ଜୀବନ ଟେ ପାଇଛ

1 min
132

ଜୀବନଟେ ପାଇଛ     

ସତ ପଥରେ ଉପଭୋଗ କର 

ବୟସକୁ ଭୁଲିଯାଅ 

ବାର୍ଦ୍ଧକ୍ୟକୁ ଅପେକ୍ଷା କରନାହିଁ 

ଏହା ଭାବି ଯେ 

ଏବେ ଜେନ କେନ ଚଳିଯିବି

ସଂଚିତ କରି ରଖିଥିଲେ

ବାର୍ଦ୍ଧକ୍ୟ ସମୟେ ଭଲରେ ଚଳିବି 

ଏହା ଭୁଲ କାରଣ

ବାର୍ଦ୍ଧକ୍ୟ କେଉଁ ରୂପନେଇ 

ତୁମ ପାଖରେ ପହଞ୍ଚିବ 

ତାହା ପ୍ରଶ୍ନ ବାଚକ 

ନା ବଳ ଥିବ ନା ଖାଇବା ଶକ୍ତି ଥିବ

କେବଳ ଥିବ ଦୁର୍ବଳ ଶରୀର ଟେ 

ତାହାପୁଣି ମରଣକୁ ଅପେକ୍ଷା କରି 

ହୁଏତ ବାର୍ଦ୍ଧକ୍ୟକୁ ଜଗି ବର୍ତ୍ତମାନକୁ ହରେଇଦେଉଛ 

ଏହା ମୋ ନିଜସ୍ୱ ମତ 

ଜୀବନଟା ତୁମର ଆଉ ଶରୀରଟା ବି

ମୁଁ ଖାଲି ମନେପକେଇଦେଲି ତୁମେ ଜାଣିଥିବା କଥାକୁ

କାରଣ ଆପଣଙ୍କ ଚତୁଃ ପାର୍ଶ୍ଵରେ

ବୟସ୍କ ବୃଦ୍ଧ ବୃଦ୍ଧାମାନଙ୍କୁ ଦେଖୁଛନ୍ତି

ଯେଉଁ ମାନେ କି ଦିନେ ତୁମ ଭଳି ଚିନ୍ତା କରୁଥିଲେ

ସଞ୍ଚୟ କରିବାରେ ଲାଗିଥିଲେ

ଆଉ ଆଜି ମରଣ ଅପେକ୍ଷାରେ

ଆପଣଙ୍କ ଇଛା ,

ହଁ ଏତିକି ଆଉ ପଦେ କହିବି

ଜୀବନକୁ ନିଶ୍ଚୟ ସତ ପଥରେ ଉପଭୋଗ କର

ଯେମିତି କି ଶେଷ ସମୟରେ ମୃତ୍ୟୁ ବି ଆସିଲେ କହିବ

ବାଃ ବାଃ ବାଃ ରେ ଜୀବନ,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational