STORYMIRROR

Naba Kumar Das

Inspirational

3  

Naba Kumar Das

Inspirational

ସ୍ୱାଭିମାନ

ସ୍ୱାଭିମାନ

1 min
509

ସ୍ୱାଭିମାନ

ଏକ ସଂଘର୍ଷ

ସ୍ୱଚ୍ଛ ଆଉ ଅସ୍ୱଚ୍ଛ ର ପ୍ରବୃତି ମଧ୍ୟରେ

ସଠିକ ସଉଦା କରି

ସୁ ହୃଦୟେ ବଂଚିବାକୁ

ସମ୍ପର୍କ ର ଜୀବନ ଅବଧିରେ ....


ସ୍ୱାଭିମାନ

ଏକ ସଂକଳ୍ପ

ସତ୍ୟ ଆଉ ଅସତ୍ୟର ପରିସୀମା ମଧ୍ୟରେ

ସ୍ୱଭାବକୁ ପ୍ରକାଶ କରି

ସ୍ୱେଚ୍ଛାସେବୀଟେ ହେବାକୁ

ସ୍ୱାର୍ଥର ଆହୁତି ଦେବାରେ .....


ସ୍ୱାଭିମାନ

ଏକ ସଂସ୍କାର

ସୁଶୀଳ ଆଉ ଦୁରାଚାର ମଧ୍ୟରେ

ସର୍ବ ଆଦୃତ କାର୍ଯ୍ୟ କରି

ସାନ୍ନିଧ୍ୟର ସତ୍ତା ପାଇବାକୁ

ସଦଗୁଣେ ଉଜ୍ଜୀବିତ ସଂସ୍କୃତି ରେ ....


ସ୍ୱାଭିମାନ

ଏକ ସଂଳାପ

ସ୍ପଷ୍ଟ ଆଉ ଅସ୍ପଷ୍ଟ ଚରିତ୍ର ମଧ୍ୟରେ

ସୁମିଷ୍ଟ ବାର୍ତ୍ତାଳାପ କରି

ସନ୍ଦେହ ହୀନ ହେଇ ରହିବାକୁ

ସାରା ଜୀବନ ଅନ୍ୟ ର ହୃଦୟରେ .....

ନବ କୁମାର ଦାସ

ଶିକ୍ଷକ

ବାଲିଆପାଳ ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational