STORYMIRROR

Naba Kumar Das

Abstract

2  

Naba Kumar Das

Abstract

ପ୍ରିୟା ଏକ ସର୍ଜନା

ପ୍ରିୟା ଏକ ସର୍ଜନା

1 min
151

ପ୍ରିୟା ଏକ ସର୍ଜନା 

ନୀଳ ନୟନର ଉତ୍ତାଳ ତରଙ୍ଗ ପରି 

କେତେବେଳେ ସିଏ 

ମନ ଇଲାକାର ଖିଆଲୀ ଢେଉରେ 

ଛଳ ଛଳ ଶବ୍ଦ ନେଇ ପ୍ରେମର 

ସୁବର୍ଣ୍ଣ ସଯୋଗ ସୃଷ୍ଟି କରେ 

ଆଉ କେତେବେଳେ ରୁମ ଝୁମ 

ପାଦ ଶବଦରେ

ସେଇ ନୟନର ନିଦକୁ ସବୁଦିନ 

ହଜେଇ ଦିଏ


ହଁ ପ୍ରିୟାତ ସୃଷ୍ଟିର ସର୍ଜନା 

ବାର ମାସର ଋତୁ ପ୍ରାଙ୍ଗଣରେ 

ଋତୁପର୍ଣ୍ଣା ନାରୀଟିଏ ସାଜିଯାଏ 

ସିଏ ଗ୍ରୀଷ୍ମରେ ଭାରି ଅଭିମାନୀ ସାଜି ଯାଏ 

ବରଷାରେ ବରଷିବ କହି ସେମତି 

ବରଷୁ ଥାଏ

ଶରତର ଛନକା ନେଇ ଛାତିରେ 

ବସିଯାଏ 

ଶୀତରେ ସପନର ରାଣୀ ସାଜି 

ପ୍ରେମର ମୁରୁଜ ବୁଣାଏ

ସେ ତ ହେମନ୍ତର ହେମାଳିନୀ 

ପ୍ରେମ ର ଆରମ୍ଭ ନେଇ ଜଗି ବସିଥାଏ ବସନ୍ତକୁ

ବସନ୍ତ ଆସିବ ,ମଳୟର ମହ ମହ ନେଇ 

ହୃଦ କନ୍ଦରରେ କୁମୁଦିନୀ ଫୁଟିବ

ବାସ ଏଇତ ପ୍ରିୟାର ମୁଖବନ୍ଧ

ଆଉ କଣ ହେଇପାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract