STORYMIRROR

Naba Kumar Das

Others

3  

Naba Kumar Das

Others

ଲେଖନୀ

ଲେଖନୀ

1 min
257


ଲେଖନୀ 

ଏକ ଯୁଗାନ୍ତକାରୀ ସ୍ରଷ୍ଟା 

ଅତୀତ ରୁ ଭବିଷ୍ୟତକୁ ଦେଖି 

ବର୍ତ୍ତମାନର ପଥପ୍ରାନ୍ତ ମଞ୍ଚ ତିଆରି କରେ

ସଂସ୍କୃତି ,ପ୍ରଥା ,ପରମ୍ପରା ନେଇ 

ସାହିତ୍ୟର ବୁକୁ ସ୍ପନ୍ଦନ କରାଏ .


ଲେଖନୀ 

ଯେତେବେଳେ ଚାଲେ 

ସେମିତି ଚାଲିଥାଏ 

ନିନ୍ଦା ,ଘୃଣା ,ଅରାଜକତା ,ଅପମାନ 

କୂଟନୀତି ,ହିଂସା ଆଦିର ପରିସମାପ୍ତି ପର୍ଯ୍ୟନ୍ତ

ଦରିଦ୍ରତା ,ନିର୍ଯାତନାର କରିଦେଇ ଅନ୍ତ


ଲେଖନୀ 

କେବେ ବାରମାସ ବରରଙ୍ଗୀ ପ୍ରାଙ୍ଗଣର

ଷଡଋତୁ ରେ ସଜେଇ ହୁଏ 

ନିଶାର୍ଦ୍ଧରେ ଜହ୍ନ ସହ କଥା କହେ 

ସମୁଦ୍ର ବାଲିରେ ପ୍ରିୟା ପାଦ ଚି଼ହ୍ନ ଦେଖି

ଅପେକ୍ଷାର ସ୍ତୁପ ତିଆରି କରେ


ଲେଖନୀ 

ପୁଣି ଗାଁ ମାଟି ମହକର ମଲାଟ

ପୃଷ୍ଠା ପରେ ପୃଷ୍ଠା ଲେଉଟାଏ 

ଗାଁ ପଡିଆ ,କ୍ଷେତ ,ପୋଖରୀତୁଠ ମନ୍ଦିର ,ମଶାଣିର ସ୍ମୃତି ସାଉଁଟେ 

ଶେଷରେ ସେହି ମଶାଣିରେ ସବୁଦିନ ମିଶିଯାଏ 

ପାଉଁଶ ହେଇଯାଏ ...

ତାର ଚାଳକ ଜଣକ କୁଆଡେ ହଜିଯାଏ 

କିନ୍ତୁ ଛପା ଚି଼ହ୍ନ ସବୁ ଜିଅନ୍ତା ରହିଯାଏ ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍