STORYMIRROR

Naba Kumar Das

Others

3  

Naba Kumar Das

Others

ପ୍ରୀତିର ସେ ଗାଁ ନଈ

ପ୍ରୀତିର ସେ ଗାଁ ନଈ

1 min
189

*ପ୍ରୀତିର ସେଇ ଗାଁ ନଈ*

********************

କଳ କଳ କରି ବହି ଯାଉଥାଇ 

ମୋର ଗାଆଁ ଟିକି ନଈ 

ଚହଲା ପାଣିରେ ଛାଇର ଛବିରେ 

କଳା ଧଳା ରୂପ ନେଇ... 


ରାତି ଅନ୍ଧାରରେ ତାରା ଚନ୍ଦ୍ରମାରେ 

ଆକାଶ ବି ଖସିଆସେ 

ହଲ ଚଲ ପାଣି ଟିକି ଢେଉ ଗଣି 

ଗାଆଁ ବୁକୁରେ ଝଲସେ.... 


ନିରିମାଖି ପ୍ରିୟା ଦିଶେ ଭାରି ଗୋରା 

ହଳଦୀ ମାଖେ ଲୋ ବସି 

ତୁଠ ପଥରରେ ତା ପାଦ ଘଷାରେ 

ପାଉଁଜି ଯାଏ ଲୋ ଖସି.... 


ନିଦାଘର ବେଳେ ଆମ୍ବତୋଟା ମାଳେ 

ମଳୟ ମହକି ବାସେ 

ନଈ କୂଳେ କୂଳେ କୋଇଲିର ମେଳେ 

ଗାଆଁ ମୋର ଖାଲି ହସେ.... 


ସବୁ ଦେଖିଅଛି ସାଇତି ରଖିଛି 

ଗାଆଁ ଇତିହାସ କେତେ 

ଜୀବନ ଦେଇଛି ହସ ଫୁଟାଇଛି 

ପ୍ରାଣ ଅଛି ଯେତେ ଯେତେ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍