ମାଟି ଦୀପ
ମାଟି ଦୀପ
ମାତୃ ମମତା ରେ ସ୍ନେହ ବନ୍ଧନରେ
ମାଟି ଦୀପ ଟିଏ ଗଢ଼ା
ଜନମ ଶବ୍ଦରେ ନିଶବ୍ଦ ମୃତ୍ୟୁରେ
ମାଟି ଦୀପ ହୁଏ ଲୋଡ଼ା
ମେଞ୍ଚା ମେଞ୍ଚା ମାଟି ହାତରେ ସାଉଁଟି
ଚକଟି ଦିଅହେ ତାକୁ
ଦୀପ ର ରୂପଟି ଦେଇ ସଳିତା ଟି
ସଂଯୋଗ କର ଅଗ୍ନିକୁ
ପୂର୍ଣ୍ଣ ରୂପ ତାର ଦୂରଇ ଅନ୍ଧାର
ଅଜ୍ଞାନ କୁ ନାଶ କରେ
ହୃଦ ମନ୍ଦିରରେ ଆଳାପ ଆଳରେ
ତେଜିବାକୁ ବଳ ଭରେ
ମନ୍ଦିର ଭିତରେ ମହା ଆନନ୍ଦରେ
ମାଟି ଦୀପ ଜଳୁଥାଇ
ଘର ଅଗଣାରେ ତୁଳସୀ ଆଗରେ
ଦୀପରୁ ବାସ ଛୁଟଇ
ସକାଳେ ଅକାଳେ ଏଇ ମହିତଳେ
ମାଟି ଦୀପ ଜାଳୁ ଥାଅ
ଅତି ଆନନ୍ଦରେ ଅବା ବିପଦରେ
ଜୀବନୁ ଟଳିବ ଭୟ
