STORYMIRROR

Naba Kumar Das

Classics

3  

Naba Kumar Das

Classics

ମାଟି ଦୀପ

ମାଟି ଦୀପ

1 min
359


ମାତୃ ମମତା ରେ  ସ୍ନେହ ବନ୍ଧନରେ 

    ମାଟି ଦୀପ ଟିଏ ଗଢ଼ା 

ଜନମ ଶବ୍ଦରେ   ନିଶବ୍ଦ ମୃତ୍ୟୁରେ 

   ମାଟି ଦୀପ ହୁଏ ଲୋଡ଼ା


ମେଞ୍ଚା ମେଞ୍ଚା ମାଟି  ହାତରେ ସାଉଁଟି 

   ଚକଟି ଦିଅହେ ତାକୁ 

ଦୀପ ର ରୂପଟି   ଦେଇ ସଳିତା ଟି 

   ସଂଯୋଗ କର ଅଗ୍ନିକୁ


ପୂର୍ଣ୍ଣ ରୂପ ତାର   ଦୂରଇ ଅନ୍ଧାର 

   ଅଜ୍ଞାନ କୁ ନାଶ କରେ 

ହୃଦ ମନ୍ଦିରରେ   ଆଳାପ ଆଳରେ 

   ତେଜିବାକୁ ବଳ ଭରେ


ମନ୍ଦିର ଭିତରେ   ମହା ଆନନ୍ଦରେ 

   ମାଟି ଦୀପ ଜଳୁଥାଇ 

ଘର ଅଗଣାରେ  ତୁଳସୀ ଆଗରେ 

   ଦୀପରୁ ବାସ ଛୁଟଇ


ସକାଳେ ଅକାଳେ  ଏଇ ମହିତଳେ 

   ମାଟି ଦୀପ ଜାଳୁ ଥାଅ 

ଅତି ଆନନ୍ଦରେ   ଅବା ବିପଦରେ 

   ଜୀବନୁ ଟଳିବ ଭୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics