STORYMIRROR

Naba Kumar Das

Inspirational

3  

Naba Kumar Das

Inspirational

ଜାତି ର ଆହ୍ୱାନ

ଜାତି ର ଆହ୍ୱାନ

1 min
267


ଯାହାର ବୁକୁରେ କୋଣାର୍କ ଶିଖରେ 

  ରବି କିରଣ ବଣ୍ଟନ୍ତି 

ଜଗନ୍ନାଥ ଧାମେ ଏକ ଜାତିନାମେ 

  ଦରିଆ ଢେଉ ଖେଳନ୍ତି.... 


ସେ ଉତ୍କଳ ଚାହେଁ ତାହାରି ଗର୍ଭରେ 

ଜନ୍ମନ୍ତୁ ସହସ୍ର ବୀର 

ଓଡ଼ିଆ ଭାଷାରେ ସାହିତ୍ୟ ଆଶ୍ରାରେ 

ହେଉ ମାନବ ଉଦ୍ଧାର...


ଜାତି ପ୍ରେମ ବହ୍ନି ଜଳି ଉଠୁ ଏଠି 

ଅଜାତି ନ ରହୁ କେହି 

ଗୋଟିଏ ନାମରେ ଏକାଠି ହେଇରେ 

ଅଗ୍ରସର ଯାନ୍ତୁ ହେଇ... 


ଜାତି ପ୍ରୀତି ଆଣ ଭାଇ ଭଗ୍ନୀ ଗଣ 

ମାଆ କୁ ନଭୁଲ କେହି 

ଭିନ୍ନ ଭିନ୍ନ ଜାତି ଘର ଭଙ୍ଗା ନିତୀ 

ତାହା କୁ କନ୍ଦାଉ ଥାଇ... 


ଧର୍ମ ଏକ ଭିତ୍ତି ଗଢ଼ିଛନ୍ତି ବିଧି 

ଛାଡିବାକୁ କଠୋରତା 

ଜାତି କୁ ଭୁଲିଲେ ବିଧର୍ମୀ ସାଜିଲେ 

ନାହିଁ ଜନ୍ମ ସାର୍ଥକତା.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational