STORYMIRROR

Naba Kumar Das

Fantasy

3  

Naba Kumar Das

Fantasy

ବିଳାସର ବିଳାପ

ବିଳାସର ବିଳାପ

1 min
135

ଅଶୁଦ୍ଧ ମନର ସଂକଳ୍ପ 

     ଆଦରେ ଭଲର ବିକଳ୍ପ 

ଇତର ପଶୁ ପ୍ରାୟ ହେଇ 

  ଈଶ୍ୱରଙ୍କୁ ଯେ ଭୁଲେ ସେହି ।


ଉଚ୍ଛୁଳା ପ୍ରେମର ଜୁଆର

     ଊଣା ଅଧିକେ ଜଣା ତାର 

ରୁଣ୍ତ ହୋଇବେ ସ୍ନେହ ଦେଇ

      ଋଣ କରିଣ ଘୃତ ପିଇ ।


ଏମନ୍ତେ ଏଇ ମନ ନେଇ 

    ଐରାବତକୁ ଆଶା ଥୋଇ 

ଓମ କାର ମନ୍ତ୍ରକୁ ଭୁଲି 

   ଔଚିତ୍ୟ ପଥୁ ଦୂରେ ଚାଲି ।


କରିବେ କେତେ କେତେ ସ୍ୱର 

     ଖୋଲିକି ବିଳାସ ଆସର

ଗର୍ଭ ସଂଚାର କରି ସେହି 

    ଘୃଣିତ ହେବେ ମୃତ୍ୟୁ ପାଇଁ ।


 ଚନ୍ଦ୍ରମା ଆଶାରେ ବାମନ 

   ଛାଡେ ଯେ ଘର ଦ୍ୱାର ମାନ

ଜୀବନ ଅର୍ଥକୁ ନ ବୁଝି 

    ଝଡ଼ ଝଞ୍ଜାରେ ଯାଏ ଜୁଝି ।


ଟିକିଏ ବିଳାସ ପାଇଁକି 

   ଠକିବେ ଠକଟେ ହେଇକି 

ଡେରିରେ ଶଯ୍ୟାରୁ ଉଠିବେ 

   ଢିଲା ପଣରୁ ଯେ କାନ୍ଦିବେ ।


ତର୍କ ବିତର୍କ ର ମନ ନେଇ 

    ଥରି ଉଠିବେ କଥା କହି 

ଦୟା ଧର୍ମକୁ ନ ଆଦରି 

   ଧନ ସଞ୍ଚିବେ ପାପ କରି ।


ନୟନୁ ଲୋତକ ବୁହାଇ 

    ପ୍ରକୃତ କାର୍ଯ୍ୟ ଭୁଲି ଯାଇ 

ଫଳ ର ଆଶାରେ ରହିବେ 

     ବିଷକୁ ଅମୃତ କରିବେ ।


ଭାଇକୁ ଭଗାରି କରିବେ 

   ମଦ ମାଂସରେ ବୁଡି ଯିବେ 

ଯମ ର ଅତିଥିଟେ ସାଜି 

   ରୋଗରେ ଦେହ କଥା ହେଜି ।


ଶାନ୍ତି ଦିଅ କହି କହିରେ 

     ଷଠିଘର ପରିଣତିରେ 

 ସମ୍ପର୍କ ସଂକଳ୍ପ ଛିଣ୍ଡିବେ 

  ହାଃ ହାଃ ରେ ଚିତ୍କାରି ମରିବେ ।


Rate this content
Log in

Similar oriya poem from Fantasy