STORYMIRROR

ସୌମ୍ୟରଞ୍ଜନ ନାୟକ

Fantasy Others

4  

ସୌମ୍ୟରଞ୍ଜନ ନାୟକ

Fantasy Others

ଶିଶିର ବିନ୍ଦୁ

ଶିଶିର ବିନ୍ଦୁ

1 min
284

ଗ୍ରାମ ପୁଷ୍କରଣୀ କମଳ କୋଳରେ 

ପୂରିତ ଶୁଭ୍ର ତନୁ ଶିଶିର ବିନ୍ଦୁ 

ଦର୍ପଣ ସଦୃଶ ଦିଶେ ତାର ରୂପ 

ଅମ୍ବରେ ଯେପରି ସୁଶୋଭିତ ଇନ୍ଦୁ। 


ଶୀତୁଆ ସକାଳରେ ମୁକ୍ତାର ଗାଲିଚା

ସଜାଇ ହୋଇଛି ଧରଣୀ ମା କୋଳେ

ନିଷ୍ପାପ ଶିଶୁ ସମ ନିର୍ମଳ ହୃଦୟେ

ଘାସପାଖୁଡ଼ାରେ ଅତିଉଲ୍ଲାସେ ଖେଳେ ।


ରବି ଅସ୍ତଗାମୀ ହେଲେ ନଭମଣ୍ଡଳରେ

ମିଞ୍ଜିମିଞ୍ଜି ଆଲୋକେ ନକ୍ଷତ୍ର ଯାଏ ଭରି

ବିଳମ୍ବିତ ରଜନୀରେ ଶେଫାଳି ଆୟୁଷ ନେଇ 

ଉଜ୍ଜ୍ବଳତାରକା ଧରା ବକ୍ଷେ ଯାଏ ଝରି ।


ଅତିଥି ସେ ଜ୍ୟୋସ୍ନାଭିଜା ନିସ୍ତବ୍ଧ ରାତ୍ରିର 

କରେ ପ୍ରାଣୀ ମନ ପୁଲକିତ 

ଉଷାରାଣୀ ଆଗମନେ ରଶ୍ମିର ମିଳନେ 

ହୁଏ ସପ୍ତରଙ୍ଗେ ରଙ୍ଗାୟିତ ।


ହୀରାଟିଏ ପରି ହୁଏ ଦୃଶ୍ୟମାନ

ଅଳ୍ପାୟୁଷ ତାର କ୍ଷଣିକ ଜୀବନ

ଉଦିତ ଭାନୁର ପହିଲି କିରଣେ

ସ୍ପର୍ଶପାଇ ନିମିଷକେ ହେବଲୀନ ।


ମନୁଷ୍ୟ ଜୀବନ କ୍ଷଣିକ ଶିଶିର

ଶୀତଳତା ହୃଦୟେ ଦେବା ବିଛାଇ

ସୁଖ ଶାନ୍ତିରେ ଜିଇଁବା ପ୍ରତିଦିନ

ମିଥ୍ୟା କପଟତାଠାରୁ ରହି ଦୁରେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy