STORYMIRROR

ସୌମ୍ୟରଞ୍ଜନ ନାୟକ

Classics Fantasy Inspirational

3  

ସୌମ୍ୟରଞ୍ଜନ ନାୟକ

Classics Fantasy Inspirational

ଶ୍ରୀକ୍ଷେତ୍ରେ ଜଗନ୍ନାଥ

ଶ୍ରୀକ୍ଷେତ୍ରେ ଜଗନ୍ନାଥ

1 min
24

ରତନବେଦୀରୁ ସିଂହଦୁଆରକୁ ଓହ୍ଲାଇ ଆସିବେ ଜଗତନାଥ

ଶଙ୍ଖ ଘଣ୍ଟ ମୃଦଙ୍ଗ କୀର୍ତନରେ କମ୍ପିବ ଆଜି ପୁରୁଷୋତ୍ତମକ୍ଷେତ୍ର ।

ଝୁଲି ଝୁଲି ଆସିବେ କୋଟି ଓଡିଆଙ୍କ ମଉଡ଼ମଣି

ନାଲି ଅଧରେ ଖିଲିଖିଲିହସେ ଭକତ ମନନେବେ ଟାଣି ।

ଦରଶନ ଦେବେ ମହାପ୍ରଭୁ ପିନ୍ଧି ପିତାମ୍ବରି ପାଟ

ଦେଖି ବଡଦାଣ୍ଡେ ତିନି ରଥ ଭକ୍ତ ମନ ହେବ ତୃପ୍ତ ।

ରଥାରୂଢ ଚତୁର୍ଦ୍ଧା ମୁରତିକୁ କରି ଦରଶନ

ଭାବ ସାଥେ ଆବେଗର ହୋଇବ ମିଳନ ।

ଜଗତର ନାଥ ମୋ କାଳିଆ ସାଆନ୍ତ

ତୁମ କୃପା ଦୃଷ୍ଟି ଲଭୁ ଏ ସାରା ଜଗତ ।


ସପନ ଉହାଡରେ ଖୋଜେ ମନପକ୍ଷୀ

ଯିବାକୁ ତୁମ ବଇକୁଣ୍ଠଧାମ,

ଚାଖିବାକୁ ତୁମ ଅବଢ଼ା ଅନ୍ନର ସ୍ଵାଦ,

ଦେଖିବାକୁ ବେନିନୟନେ ତୁମ ଘୋଷଯାତ,

ଟାଣିବାକୁ ବଡ଼ଦାଣ୍ଡେ ତୁମ ନନ୍ଦିଘୋଷ ରଥ

ଆହେ ଭାବବିନୋଦିଆ କେବେ ଲାଗିବ ତୁମଡୋରି

କେବେ ନେବ ମୋତେ ଶ୍ରୀକ୍ଷେତ୍ର ପୁରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics