STORYMIRROR

ସୌମ୍ୟରଞ୍ଜନ ନାୟକ

Classics Fantasy Children

4.0  

ସୌମ୍ୟରଞ୍ଜନ ନାୟକ

Classics Fantasy Children

ସେ ଶିଶୁଟିଏ...

ସେ ଶିଶୁଟିଏ...

1 min
17

ଶିଶୁଟିଏ...

ସେ ଫୁଲ କଢ଼ିଟିଏ...

ସେ ବାଳ ସୂରୁଜଟିଏ...

କଞ୍ଚା ମାଟିର ପିଣ୍ଡୁଳାଟିଏ...

ଆଗାମୀ କାଲିର ବାର୍ତ୍ତାଟିଏ...

ନୂତନ ସମ୍ଭାବନାର ଉତ୍ସଟିଏ...

ନବ ସକାଳର ସୁନେଲି କିରଣଟିଏ...

ପ୍ରକୃତିକୋଳରେ ଅଙ୍କୁରିତ ବୀଜଟିଏ...

ଦେଶ ମାତୃକାର ଉଜ୍ୱଳ ଭବିଷ୍ୟତଟିଏ...

ନିରାଶାର ପରିଧିରେ ପ୍ରସନ୍ନତାର ଉତ୍ସଟିଏ...

ସରଳ କୋମଳମତି ଅନବରତ ସ୍ରୋତଟିଏ ...

ଅନ୍ଧକାରମୟ ବିଶ୍ଵର ଚିକ୍ ମିକ୍ ଆଲୋକଟିଏ...

ପିତାମାତାଙ୍କ ଅପୂର୍ଣ୍ଣତାରେ ପୂର୍ଣ୍ଣତାର ପ୍ରାପ୍ତିଟିଏ...

ଜୀବନ ଜଟିଳତାର ଉର୍ଦ୍ଧ୍ଵରେ ସୁମଧୁର ଝଙ୍କାରଟିଏ...

ପରିପକ୍ୱତାର ମଲାଟ ପଛେ ଲୁଚିଥିବା ମହାଦ୍ରୁମଟିଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics