STORYMIRROR

ସୌମ୍ୟରଞ୍ଜନ ନାୟକ

Classics Fantasy Inspirational

4  

ସୌମ୍ୟରଞ୍ଜନ ନାୟକ

Classics Fantasy Inspirational

ଦୋଛକିରେ ଜୀବନ

ଦୋଛକିରେ ଜୀବନ

1 min
65

ହୃଦୟର ସବୁଜବନାନୀ ପ୍ରାନ୍ତରେ

ଉଙ୍କିମାରୁଥିବା ଆକାଂକ୍ଷାର ଉଷା...

ପୁଣି ପରିବାର ଭରଣପୋଷଣ ନିମନ୍ତେ

ଜୀବନ ଜୀବିକାର ଆଶା...

ଭାରାକ୍ରାନ୍ତ ପଥିକର ଭୟଭୀତ ମସ୍ତିଷ୍କରେ

ଦୋଛକିରେ ନିଶା ଆଉ ପେସା...

ସୁପ୍ତ ମନରେ କରେ ଉଜ୍ଜିବିତ

ସଙ୍ଘର୍ଷର ବୁନ୍ଦାଏ ସ୍ପନ୍ଦନର ଅଭିଳାଷା ।୧।


ଧନ ଏବଂ ସମ୍ମାନ ଦୋଛକିରେ

ସମ୍ପର୍କର ଏ କି ବନ୍ଧନ...

ଅଭିମାନ ଆଉ ସ୍ୱାଭିମାନର

ଦ୍ୱାହି ଦେଇ କରେ କ୍ରନ୍ଦନ...

ଆଗକୁ ଅଗ୍ରସର ହେବ ନା ଫେରିବ

ଦ୍ୱନ୍ଦରେ ସନ୍ଦିଗ୍ଧ ଜୀବନ...

ଅତୀତ ସାଉଁଟି ନିସର୍ତ୍ତ ମୋହରେ

ଦେଖେ ଭବିଷ୍ୟତ ଗଢିବାର ସ୍ଵପ୍ନ ।୨।


ବିଶ୍ଵାସ ଆଉ ଅନ୍ଧବିଶ୍ୱାସ ଦୋଛକିରେ

ମନୁଷ୍ଯ ହୋଇଛି ଠିଆ...

ପରିବର୍ତ୍ତିତ ସମୟର ଭଉଁରୀରେ

ଖୋଜେ ନୂତନ ଦିଗନ୍ତର ରାହା...

ପାପପୁଣ୍ୟ ଆଉ ଭୁଲଠିକ୍ ବିଚାରି

ଆଦରେ ପରମ୍ପରା ରୀତିନୀତି...

ଜନ୍ମମୃତ୍ୟୁର ଅହରହ ଯାତ୍ରାରେ

ଚାଲେ କର୍ମର ଅବିରତ ଗତି ।୩।


ଜୀବନ ଦୋଛକିରେ ହୃଦୟ

ଯେବେ ହେଲା ବାଟବଣା...

ଥିଲାତାହା ପ୍ରେମ ନା ଭାବବିହ୍ଵଳତା

ମଧ୍ୟ ନଥିଲା ଜଣା...

ପ୍ରେମ ପ୍ରସ୍ତାବରେ ନା ମିଳିଲା

ସଫଳତା ନାହିଁ ପ୍ରତାରଣା...

ସମ୍ପର୍କ ଚୋରାବାଲିରେ ଝୁରେ ହୃଦୟ

ବିରହର କୋମଳସ୍ପର୍ଶର ମଧୁର ଯନ୍ତ୍ରଣା ।୪।


ଅନ୍ତ ହୁଏ ଅପହଞ୍ଚ

ଯେବେ ଖୋଜେ ହୃଦୟ...

ସମୟର ଦୋଛକିରେ

ଜୀବନ ଜିଇଁବାର ପରିଚୟ...

ଗୋଟିଏ ପଟେ

ପାରମ୍ପରିକତାର ବେଡି...

ତ ଅନ୍ୟ ପଟେ

ଆଧୁନିକତାର ମୋହ ।୫।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics