STORYMIRROR

ସୌମ୍ୟରଞ୍ଜନ ନାୟକ

Children Stories Classics Children

4.5  

ସୌମ୍ୟରଞ୍ଜନ ନାୟକ

Children Stories Classics Children

ମୋ ଧନ ପାଇଁ...

ମୋ ଧନ ପାଇଁ...

1 min
17

ମଧୁବୋଳା ମୃଦୁ ହସର ପରଶ 
ତା କୋମଳମତି ମୁଖେ ଯେବେ ଫୁଟେ..
ଆନନ୍ଦର ଅଶ୍ରୁଧାରା ଧସେଇ ଆସେ 
ମୋ ଚକ୍ଷୁର ପରଦାବନ୍ଧରୁ ଆପେ....
ଶରୀରେ ଖେଳାଏ ନବ ଉନ୍ମାଦନା
ତା କୋମଳମତି ହସ୍ତ ସଞ୍ଚାଳନ..
ତା କୁଆଁକୁଆଁ କାନ୍ଦେ ଅଦ୍ଭୁତ ଶିହରଣ
ଅସୀମ ଆନନ୍ଦେ ପୁଲକିତ କରେ ମନ....
ତା କୁନି ଓଠ ଧାରେ ଶୁଣିବାକୁ ମଧୁର ଶବଦ
ଅଥୟ ମନେ ଦେଖୁଥାଏ ଘଡି ପ୍ରତିଟି ମୁହୂର୍ତ୍ତ..
ତା କୁନିହାତର କଅଁଳ ସ୍ପର୍ଶେ ହୃଦୟ ମୋ ହୁଏ ତୃପ୍ତ
କୋଳେଇ ଧରି ଧନକୁ ମୋହର ପାଶୋରିଛି ସବୁ ଦୁଃଖ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍