STORYMIRROR

ସୌମ୍ୟରଞ୍ଜନ ନାୟକ

Romance Classics Fantasy

4  

ସୌମ୍ୟରଞ୍ଜନ ନାୟକ

Romance Classics Fantasy

ବନ୍ଧୁମିଳନ

ବନ୍ଧୁମିଳନ

1 min
2


ଆନମନା ମନେ ଭରି କଳ୍ପନା ଅଶେଷ

ସୁନ୍ଦର ଅନୁଭବର ବାନ୍ଧି ଅନନ୍ୟ ବନ୍ଧନ ।

ମନ ବୀଣା ତାରେ ବିରହୀ ଝଙ୍କାର

ହାତପାତି କରେ ବନ୍ଧୁତାର ଆହ୍ଵାନ ।।


କ୍ୟାଲେଣ୍ଡରର ପୃଷ୍ଠାରେ ସଂରକ୍ଷିତ ଚପଳ ଅତୀତ

ବ୍ୟସ୍ତବହୁଳତାର ଘାତ ପ୍ରତିଘାତରେ ହୁଏ ଉଜ୍ଜୀବିତ ।

ପରିଚୟ ବ୍ୟାଚ୍ ଆମ ଦୁଇ ହଜାର ସାତ

ତୁମ ବନ୍ଧୁ ସୌମ୍ୟ ସଭିଙ୍କୁ କରୁଛି ସ୍ଵାଗତ ।।


କଳାପଟା ନାଆଁ ଲେଖା ପୁଣି ରାଗ ରୁଷା ଅଳି

ବାଳୁତ ବେଳର ସେ ଅଫେରା ଅଝଟିଆ ସ୍ମୃତି ।

ବିଦ୍ୟାଳୟ ମୋର ସେହି ଅଭୁଲା ସ୍ମୃତିର ଉତ୍ସଟି

ଯିଏ ସର୍ବଦା ଭଲପାଇବା ଦେଇଥିଲା ବାଣ୍ଟି ।।


ଅଟକି ଯିବାକୁ ଇଚ୍ଛା ହୁଏ , ଦ୍ରୁତ ସମୟ ସ୍ରୋତରେ

କିଛି ଅଭିଯୋଗ , ଅଭିମାନର ସୁପ୍ତ ନୀରବତାରେ ।

ସ୍ମୃତିରେ ସାଇତା ବିଦ୍ୟାଳୟର ନିବୁଜ କୋଠରୀରେ

ଗଛଚଢା, ନଦୀବୁଡା, କବାଡ଼ି ଆଉ କ୍ରିକେଟ ଖେଳରେ ।।


ନିଆରା ଭାବର ନୂତନ ନିବିଡ଼ ଦିଗଦର୍ଶନ 

ସୁନ୍ଦର ଅନୁଭବର ଅନନ୍ୟ ଅତୁଟ ବନ୍ଧନ ।

ପୁରୁଣାଦିନର ପରିବର୍ତ୍ତିତ ସ୍ମୃତିର ଅନୁସନ୍ଧାନ

ମହାମିଳନ ପର୍ବର ପ୍ରତୀକ ଆମର ବନ୍ଧୁମିଳନ ।






Rate this content
Log in

Similar oriya poem from Romance