ଭଉଣୀର ରାକ୍ଷୀ ସେନେହର ସାକ୍ଷୀ
ଭଉଣୀର ରାକ୍ଷୀ ସେନେହର ସାକ୍ଷୀ
ଭଉଣୀର ରାକ୍ଷୀ
ସେନେହର ସାକ୍ଷୀ ।
ଗୋଟିଏ ନୀଡର ଦୁଇଟି ପକ୍ଷୀ
ଦୁହେଁ ଦୁହିଁଙ୍କ ସାଥୀରେ ଖୁସି ।
ଶ୍ରାବଣର ଶେଷ ଦିନ ଗହ୍ମା ପୁନେଇଁ
ଫୁଲ,ଚନ୍ଦନ,ସିନ୍ଦୁର ମଥାରେ ଦେଇ ।
ଭ୍ରାତା ହସ୍ତେ ଭଗ୍ନି ହରଷେ ରାକ୍ଷୀ ବାନ୍ଧଇ
ପ୍ରୀତିପୂର୍ଣ୍ଣ ଉପହାର ଦିଏ ଭଉଣୀକୁ ଭାଇ ।
ରେଶମୀ ସୁତାରେ ଲୁକ୍କାୟିତ ଅମୂଲ୍ୟ ବାର୍ତ୍ତା
ସମ୍ପର୍କର ରଜ୍ଜୁରେ ଗଙ୍ଗାପରି ଭରେ ପବିତ୍ରତା ।
ଶ୍ରୀମନ୍ଦିରରେ ଅଲିଅଳି ଭଉଣୀ ସୁଭଦ୍ରା ମାତା
ଦୁଇଭାଇଙ୍କ ହସ୍ତେ ବାନ୍ଧିବେ ରାକ୍ଷୀ ଫୁଲରେ ଗୁନ୍ଥା ।
ଗହ୍ମା ପୂର୍ଣ୍ଣିମାରେ ହିନ୍ଦୁ ସଂସ୍କୃତିରେ ଗୋରୁ ପୂଜନ
ବଡଦେଉଳରେ ପ୍ରଭୁ ବଳଭଦ୍ର ଜନ୍ମ ହୁଏ ପାଳନ ।
ରାକ୍ଷୀପୂର୍ଣ୍ଣମୀ ଭାଇଚାରା ସଂସ୍କୃତିର ବାର୍ତ୍ତା କରେ ବହନ
ସ୍ନେହ ଓ ଆନ୍ତରିକତାର ପରବ ଆମର ଅଟେ ମହାନ ।
