STORYMIRROR

ସୌମ୍ୟରଞ୍ଜନ ନାୟକ

Classics Fantasy Inspirational

4  

ସୌମ୍ୟରଞ୍ଜନ ନାୟକ

Classics Fantasy Inspirational

ଯୋଡିହୁଏ ନୂଆ ଫର୍ଦ୍ଦ

ଯୋଡିହୁଏ ନୂଆ ଫର୍ଦ୍ଦ

1 min
212

ଜୀବନ ପୁସ୍ତକର ଫର୍ଦ୍ଦ ପରେ ଫର୍ଦ୍ଦ

ଲେଉଟୁ ଥାଏ ପ୍ରତି ମୁହୂର୍ତ୍ତରେ 

ଯୋଡି ହୋଇଯାଏ କେତେ ଯେ ନୂଆଫର୍ଦ୍ଦ

ଅଭିନବ କିରଣର ସୁନେଲି ରଙ୍ଗରେ ।


ଜୀବନ ଇତିହାସର ଲିଖିତ କିଛି ପୃଷ୍ଠା 

କଣ୍ଟକିତ ଜୀବନ ପଥର ବିଗତ ମୁହୂର୍ତ୍ତ 

ପୁଣି କେତେ ପୃଷ୍ଠା ଅଫେରନ୍ତା ସମୟର 

ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗେ ରଙ୍ଗାୟିତ ।


ବାଲ୍ୟରୁ ଶୈଶବ ଯୌବନରୁ ବାର୍ଦ୍ଧକ୍ୟ 

କ୍ୟାଲେଣ୍ଡରର ଫର୍ଦ୍ଦ ପରି ଯାଏ ବଦଳି 

ଜୀବନର ଗୋଳାଫେଣ୍ଟା ରୋଟିନ୍ ପରି 

ବୟସ ରଫ୍ ଖାତାର ଫର୍ଦ୍ଦସବୁ ଯାଉଛି ସରି ।


ଜୀବନ ଡାଏରୀର ଫର୍ଦ୍ଦକୁ କରି କାନଭାସ 

ସଭିଙ୍କ ହୃଦୟେ ଭଲ ପାଇବା ଦେବା ଆଙ୍କି 

ଅସୁମାରୀ ସମ୍ଭାବନାର ସୁରୁଜ ଉଇଁବ 

ନୂତନ ଫର୍ଦ୍ଦର ସାଧା କାଗଜ ରହିଛି ବାକି ।


ଜୀବନ ପାଣ୍ଡୁଲିପିରେ ବୟସର ଅତଡ଼ା 

ସମୟର ସ୍ରୋତରେ ଯାଉଛି ଭାସି 

ନୂତନବରଷ ଆଣିବ ନୂତନ ସୂର୍ଯ୍ୟୋଦୟ 

ଶାନ୍ତି ସମୃଦ୍ଧିରେ ଜିଇଁବେ ପୃଥିବୀବାସୀ ।


ଅନୁଭୁତିର ପଥରେ ଅଭିଜ୍ଞତା ଇସାରାରେ 

ସଙ୍ଘର୍ଷର କାଳିରେ ବର୍ତ୍ତମାନ ହେଉଛି ଲେଖା

ଯୋଡି ହୋଇଯିବ ବୟସର ନୂତନ ଫର୍ଦ୍ଦ

 ଭବିଷ୍ୟତର କାହାଣୀ ପାଇଁ ରହିଲା ଅପେକ୍ଷା ।


ଜୀବନ ଜ୍ୟାମିତିରେ ବୟସର ରେଖା 

ଶୂନ୍ୟରୁ ଆରମ୍ଭ ହୋଇ ଶୂନ୍ୟରେ ଲୀନ

ସମୀକରଣର ସୂତ୍ର ଇଶ୍ୱରଙ୍କ ଧ୍ୟାନ 

ଜଟିଳ ଭଗ୍ନାଂଶର ସରଳ ସମାଧାନ ।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Classics