ଦୀପର ଆଲୋକେ ଦୀପାବଳି
ଦୀପର ଆଲୋକେ ଦୀପାବଳି
କାର୍ତ୍ତିକ ଅମାବାସ୍ୟାତିଥିରେ ଅତି ଶରଧାରେ ହୋଇ ଆମନ୍ତ୍ରିତ
ଆମ ପିତୃପୁରୁଷ ସ୍ୱର୍ଗରୁ ଧରାପୃଷ୍ଠକୁ ହେବେ ଅବତରିତ ।
କାଉଁରିଆ କାଠି ଜାଳି ଘୃତ ସଳିତା ଦୀପଦେବା ପ୍ରଜ୍ବଳିତ କରି
ଅନ୍ଧାରେ ଆସି ଆଲୋକେ ଫେରି ବଡ଼ବଡ଼ୁଆ ମଙ୍ଗଳ କରନ୍ତୁ ସବୁରି ।
ଗଙ୍ଗାଯିବେ ଗୟାଯିବେ ଆଉଯିବେ ପୁରୁଷୋତ୍ତମକ୍ଷେତ୍ର ପୁରୀ
ବାଇଶି ପାହାଚେ ମହାପ୍ରସାଦଖାଇ ପିତୃ ଲୋକଯିବେ ଫେରି ।
ମର୍ଯ୍ୟାଦା ପୁରୁଷୋତ୍ତମ ଅଧର୍ମ ଉପରେ ଧର୍ମ ସଂସ୍ଥାପନ ପାଇଁ
ବିଜୟାଦଶମୀରେ ଦଶାନନ ବଧକରି ବିଜୟ ବାନା ଦେଲେ ଉଡାଇ ।
ଅମାବାସ୍ୟା ତିଥିରେ ଚଉଦବରଷର ପ୍ରତିକ୍ଷାର ଅନ୍ତକରି
ମାତାସୀତା ଭ୍ରାତାଲକ୍ଷ୍ମଣଙ୍କ ସଙ୍ଗେ ଅଯୋଧ୍ୟା ଆସିଥିଲେ ଫେରି ।
ବାଣଫୁଟାଇ ଆକାଶପ୍ରଦୀପ ଘୃତସଳିତା ଦୀପ କରି ପ୍ରଜ୍ବଳନ
ପ୍ରଭୁ ଆଗମନର ଅପୂର୍ବ ଏଦିନ ଦୀପାବଳି ପର୍ବ କରୁ ପାଳନ ।
ଦୀପର ଆଲୋକ ଓଠରେ ହସ ଆଖିରେ ଖୁସି ପରିପୂର୍ଣ୍ଣ କରୁ
ମୋ ରାଇଜ ହେଉ ସୁନ୍ଦର ରାମ ରାଇଜ ବିକାଶର ମାର୍ଗ ଧରୁ ।
ଦୀପାବଳି ନେଇ ଆସିଛି ଆଲୋକ ଅମାଅନ୍ଧକାରର ବକ୍ଷକୁ ଚିରି
ପ୍ରଭୁଙ୍କ କୃପାରୁ ଧନ ଜନ ମାନ ଐଶ୍ଵର୍ଯ୍ୟରେ ପ୍ରତିଗୃହ ଯାଉପୁରି ।
