STORYMIRROR

Bairi Devi

Fantasy Inspirational

4  

Bairi Devi

Fantasy Inspirational

ସାହିତ୍ୟିକ

ସାହିତ୍ୟିକ

1 min
388

ତୁ ଶାନ୍ତ ସ୍ନିଗ୍ଧ ନାୟିକା ହେଉ ଉଚ୍ଛଳିତ

କରୁଛୁ ରସିକ ରୂପୀ ବୃକ୍ଷ ପଲ୍ଲବିତ।

ତୁ ଅଟୁ କୋବିଦ ମଳୟ ପବନ ମତ

ବିଜ୍ଞମନ ଘନାଘନ ବିନୁ ବିକଶିତ।

ଦାନ୍ତୁରିକୁ ସୁନ୍ଦରୀରେ କରୁ ପରିଣତ

କୁଟିଳ ବର୍ଣ୍ଣ।ବଳି ଆଶ୍ରୟେ ଅଳଙ୍କୃତ।


ପଣ୍ଡିତ ନିଶା ଉତ୍ତମ ଗୋ କ୍ଷୀର ସଦୃଶ

ଖଣ୍ଡରେ ପିଇଲେ ମେଣ୍ଟିବ ସଂସାର ଶୋଷ।

ସବୁ ସ୍ଵାଦ ନିହିତ ଏ କବିତ୍ଵ ଉନ୍ମିଷ

କର୍ଣ୍ଣ ତୁଣ୍ଡରେ ଯିଏ ଖୋଜେ ହୋଇ ଉଲ୍ଲାସ।

ସମାଜକୁ ଦେଇଥାଏ ବିଭିନ୍ନ ସନ୍ଦେଶ

ତା ରଚନାକୁ ତୂଳୀରେ କରି ଜୀବନ୍ୟାସ।


ଭାଷା ଉଦ୍ୟାନେ ସୁନ୍ଦର କୁଟୀର ନିର୍ମାଣ

ଭାଷା ଧ୍ଵନି ବକ୍ରୋକ୍ତି ଫୁଲେ ବନେଇ ଜାଣ।

ସମାଲୋଚନାକୁ ଭ୍ରୁକ୍ଷେପ ନକରି ରଣେ

ନୂଆଁ ରୂପେ ମହୀରେ କର ଅବତରଣ।

ଧରାର ସୂକ୍ଷ୍ମାତିସୂକ୍ଷ୍ମ ଦୃଷ୍ଟିର ବାହକ

ସାହିତ୍ୟ ସମାଜେ ତୁମ୍ଭେ ଅଟ ସାହିତ୍ୟିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy