STORYMIRROR

Bairi Devi

Romance

3  

Bairi Devi

Romance

ହାଇଟେକ୍ ପ୍ରେମ

ହାଇଟେକ୍ ପ୍ରେମ

1 min
173

ଶୁଣିଲା ଦିନୁ ପ୍ରେମ ମାଦକତା

ମନ ହେଲା ହାଇଁ ପାଇଁ

ଖୋଜିବୁଲିଲି ମୁଁ ଫେସବୁକୁରେ

ସୁନ୍ଦରୀ ପାଇବା ପାଇଁ।


ଭୋକଶୋଷରେ ଚିନ୍ତାମଗ୍ନ ହେଲି

ପୁନେଇଁ ଚାନ୍ଦର ଆଶେ

ପାଇଗଲି ମୁଁ ମନର ମଇନା

ଅମରବତୀର ପ୍ରୀତି ସେ।


ପ୍ରେମ କୁହୁକ ଆଜି ଚାଖିଲି

ତା' ପ୍ରେମେ ହେଲି ତଲ୍ଲୀନ

ଚାଟୁକ୍ତି ଆଉ ଆଖି ଚାହାଣୀରେ

ବଢ଼ିଲା ହୃଦ ସ୍ପନ୍ଦନ।


 ସୁଗୋଲ ମୁଖମଣ୍ଡଳ ଅଟଇ

 ନାଆଁଟି ତାର ସୁଇଟି

 କନକନିଆ ଚପଳା ନୟନୀ

 ରୂପରେ ଭାରି ବିୟୁଟି।


ଫେସବୁକୁ ହ୍ଵାଟ୍ସଆପରେ ଚାଟିଂ

ଭିଡିଓ କଲିଂରେ ବିଭା

ବିନା ମେଘରେ ବର୍ଷା କରେ ସିଏ

ଫୁଲରେ ସଜାଇ ଗଭା।


ସାଙ୍ଗେ ରହିବା ସାଙ୍ଗେ ମରିବା

ଦେଇଥିଲୁ ଦିନେ କଥା

ଧୋକା ଦେଲା ଦିନୁ ଲୋ ସଜନୀ

ଘୁରେଇ ଯାଉଛି ମଥା।


ଧନ୍ୟ ସେ ଝିଅ ଧନ୍ୟ ପ୍ରତିଶୃତି

ଧନ୍ୟ ହାଇଟେକ୍ ପ୍ରେମ

ଲୋଡ଼ା ନାହିଁ ଆଉ ତୋ ପରି ସାଥି

ଲାଗୁଛି ଭାରି ସରମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance