ରାକ୍ଷୀ
ରାକ୍ଷୀ
1 min
51
ରାକ୍ଷୀ ଅଟଇ ପବିତ୍ର ବନ୍ଧନ
ଭାଇ ଭଉଣୀଙ୍କ ଖୁସିର ପର୍ବ
ବଳଭଦ୍ର ପ୍ରଭୁଙ୍କ ଜନ୍ମ ଦିନ
ଜଗନ୍ନାଥ ସଂସ୍କୃତିର ଗୌରବ।1।
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ତୁମକୁ ରହିଲା ମୋହରି ରାଣ
ଏ ସୂତାର ସମ୍ପର୍କ ଆଜନନ
ସର୍ବଦା ରଖିବ ଅର୍ଯ୍ୟମଣ ।2।
ଭଉଣୀ ଦୀପ ପ୍ରଜ୍ଜ୍ଵଳନ କରି
ବନ୍ଦାଏ ଭାଇର ଶୁଭ ମନାସି
ପ୍ରେମେ ବାନ୍ଧିନିଏ ରେଶମ ଡୋରି
ଖିରି ପିଠା ଖୁଆଇ ହସି ହସି।3।
ଭଉଣୀ କହେ କଥା ଦିଅ ଭାଇ
କରିବନି ମୋତେ କେବେ ନିରାଶ
ମୁଁ ବୃନ୍ତ ତୁମେ ପାଖୁଡାଟି ହେଇ
ସର୍ବଦା ରହିବ ମୋ ପାଶେ ପାଶେ।4।
ପୁରାଣ ଯୁଗରୁ ରହିଛି ପ୍ରଥା
ଭଉଣୀକୁ ଭାଇ ଅଭୟ ଦେବା
ଉତ୍କଳୀୟ ପରମ୍ପରାର ଗାଥା
ଏ ସେହ୍ନଡୋରୀ ବିଶ୍ୱେ ପାଏ ଶୋଭା।5।
