ଗୁରୁ
ଗୁରୁ
1 min
313
ତୁମେ ପରମ ପୂଜ୍ୟ
ତୁମେ ବସନ୍ତ ଋତୁଟିଏ
ଯାହାର ସ୍ପର୍ଶ ମାତ୍ରେକ ,
ପଲ୍ଲବୀ ଉଠେ ସବୁଜ ବନାନୀ।
ସମସ୍ତ ସନ୍ଦେହ ଦୂରୀଭୂତ ହୁଏ,
ଉପସ୍ଥାନ କୌଶଳ ଆଉ ଶିକ୍ଷା ଶୈଳୀ ପାଇଁ।
ଛାତ୍ରଟି ଆଗକୁ ମାଡ଼ି ଚାଲେ
ତୁମ ଉତ୍ସାହ ଓ ପ୍ରେରଣା ପାଇ।
ତୁମ ଆଦର୍ଶର ସ୍ତମ୍ଭକୁ ପାଥେୟ କରି
ଉତ୍ତୋଳିତ ହୁଏ ଛାତ୍ରର ଜୀବନ ପଥ
ତୁମେ ମହାନ ଗୁରୁ ପରମ ପୂଜ୍ୟ।
ହେ ଗୁରୁ
ତୁମେ ଶୀତ ପରି କଠୋର
ବାହାରେ କଠିନ ଆଉ କୌତୂହଳପ୍ରଦ
ଆଉ ଭିତରେ ତୁମେ
ସର୍ବଦା ଆକର୍ଷଣୀୟ ସକରାତ୍ମକ
ଆତ୍ମବିଶ୍ୱାସୀ ଅଟ।
ତୁମ ଅତୁଳନୀୟ ଅର୍ନ୍ତଦୃଷ୍ଟି ସହ
ସମ୍ବେଦନଶୀଳତା ପାଇଁ
ଛାତ୍ରଟି ଧୀରେ ଧୀରେ
ଅଜ୍ଞାନ ରୂପକ ଅନ୍ଧାରରୁ
ଆଲୋକକୁ
ସନ୍ଦେହ ମୋଚନର
ବଳୟକୁ ପ୍ରବେଶ କରେ।
ତୁମେ ପରମ ପୂଜ୍ୟ ଗୁରୁ
ତୁମେ ଚିର ନମସ୍ୟ ଏ ଜାତିର।
