STORYMIRROR

Bairi Devi

Fantasy

5.0  

Bairi Devi

Fantasy

ବରବର୍ଣ୍ଣିନୀ କୃଷ୍ଣା

ବରବର୍ଣ୍ଣିନୀ କୃଷ୍ଣା

1 min
500

ଦେହର କାନ୍ତି ନିଳାପଦ୍ମ ପାଖୁଡା ପରି

କେଶଗୁଚ୍ଛ ନୀଳ ଉଲ୍ଲେ।ଳ ପରି

ନୀଳପଦ୍ମ ପରି ଢଳଢଳ ମନୋହାରିଣୀ ଆଖି

ନିଖୁଣ ପ୍ରତିମା ଭଳି ଅନିନ୍ଦିତ ମୁଖଶୋଭା ।୧।


ସୁଗଠିତ ସୁଗୋଲ ଅଙ୍ଗସୌଷ୍ଠବ

ଚମ୍ପକଳି ସଦୃଶ ଅଙ୍ଗୁଳି ସମୂହ

ରକ୍ତ ଶତଦଳ ପାଖୁଡା ଭଳି କରତଳ

କେଶର କୁଟୀଳ ସୌନ୍ଦର୍ଯ୍ୟରେ ପବନ ହୁଏ ସ୍ଥିର ।୨।


ମୁକ୍ତା ନିନ୍ଦି ଦନ୍ତପନ୍ତି

ବିଦ୍ୟୁତ୍ ନିନ୍ଦି ହାସ୍ୟରେଖା

ପଳାଶ ଫୁଲର ଅଙ୍ଗୁଳି

ଯତିମତି ହରା ରୂପାଶୋଭା।୩।


ବିକଚ ନୀଳୋତ୍ପଳର ଯଜ୍ଞବେଦୀରୁ ଆବିର୍ଭୂତା

ଯାହାର ରୂପ ଲବଣ୍ୟରେ

ଅଗ୍ନିଶିଖା ନିଷ୍କମ୍ପ

ମହାକାଳ ସ୍ତବ୍ଧ।୪।


ମୁଁ ସେଇ ନୀଳିମାର ଶୋଭାବର୍ଦ୍ଧନକାରିଣୀ

ସନ୍ଧ୍ୟାକାଳୀନ ମେଘଖଣ୍ଡ

ନୀଳ ସରସୀ ବୁକୁର ନୀଳ ଇନ୍ଦିବର

ଶ୍ୟାମଳ ପୃଥିବୀ ବୁକୁର ତରଙ୍ଗୀତ ନୀଳଶୈଳ ଶ୍ରେଣୀ

ସମୁଦ୍ର ବୁକୁର କୋମଳ ଶୈବଳିନୀ

ମୁଁ ସେଇ କୃଷ୍ଣା ବରବନ୍ଦିନୀ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy