STORYMIRROR

Bairi Devi

Others

4  

Bairi Devi

Others

ବରବର୍ଣ୍ଣିନୀ କୃଷ୍ଣା

ବରବର୍ଣ୍ଣିନୀ କୃଷ୍ଣା

1 min
334


ଦେହର କାନ୍ତି ନୀଳପଦ୍ମ ପାଖୁଡା ପରି

କେଶଗୁଚ୍ଛ ନୀଳ ଉଲ୍ଲୋଳ ପରି

ନୀଳପଦ୍ମ ପରି ଢଳ ଢଳ ମନୋହାରିଣୀ ଆଖି

ନିଖୁଣ ପ୍ରତିମା ଭଳି ଅନିନ୍ଦିତ ମୁଖଶୋଭା ।୧।


ସୁଗଠିତ ସୁଗୋଲ ଅଙ୍ଗସୌଷ୍ଠବ

ଚମ୍ପାକଳି ସଦୃଶ ଆଙ୍ଗୁଳି ସମୂହ

ରକ୍ତ ଶତଦଳ ପାଖୁଡା ଭଳି କରତଳ

କେଶର କୁଟୀଳ ସୌନ୍ଦର୍ଯ୍ୟରେ ପବନ ହୁଏ ସ୍ଥିର।୨।


ମୁକ୍ତା ନିନ୍ଦି ଦନ୍ତପନ୍ତି

ବିଦ୍ୟୁତ୍ ନିନ୍ଦି ହାସ୍ୟରେଖା

ପଳାଶ ଫୁଲର ଅଙ୍ଗୁଳି

ଯତିମତି ହରା ରୂପଶୋଭ ।୩।


ବିକଚ ନୀଳୋତ୍ପଳର ଯଜ୍ଞବେଦୀରୁ ଆବିର୍ଭୂତା

ଯାହାର ରୂପ ଲବଣ୍ୟରେ

ଅଗ୍ନିଶିଖା ନିଷ୍କମ୍ପ

ମହାକାଳ ସ୍ତବ୍ଧ ।୪।


ମୁଁ ସେଇ ନିଳିମାର ଶୋଭାବର୍ଦ୍ଧନକାରିଣୀ ସନ୍ଧ୍ୟାକାଳୀନ ମେଘଖଣ୍ଡ

ନୀଳ ସରସୀ ବୁକୁର ନୀଳଇନ୍ଦିବର

ଶ୍ୟାମଳ ପୃଥିବୀ ବୁକୁର ତରଙ୍ଗୀତ ନୀଳ ଶୈଳଶ୍ରେଣୀ

ସମୁଦ୍ର ବୁକୁର କୋମଳ ଶୈବାଳିନୀ

ମୁଁ ସେଇ କୃଷ୍ଣା ବରବନ୍ଦିନୀ ।୫।



Rate this content
Log in