ସୁକନ୍ୟା
ସୁକନ୍ୟା
କନ୍ୟା ରତ୍ନ କନ୍ୟା ମଣି ଲୋ ସଜନୀ
କନ୍ୟା ପତ୍ନୀ କନ୍ୟା ମାତା
କନ୍ୟା ପରା ଏହି ସୃଷ୍ଟିରେ ସର୍ଜନା
ପୁଣି ସେ ଜଗତ ଜିତା
କନ୍ୟା ହୋଇଥିଲେ ସୁଶୀଳା ସଫଳା
ହୋଇଥିଲେ ଗୁଣ ବତୀ
ଜଗତ ତାହାକୁ ମାତା ବୋଲି କହି
ତା ପାଦେ ଓଜାଡେ ଭକ୍ତି
ଶୁଭ ଚରିତ୍ରରେ ସେନେହ ପ୍ରେମରେ
କନ୍ୟାଟି ସୁକନ୍ୟା ହୁଏ
ଅପକାର୍ଯ୍ୟ ଯେତେ ଦେହେ ବୋଳିହେଲେ
କୁକନ୍ୟାର ଆଖ୍ୟା ପାଏ
ସୁକନ୍ୟା ଟି ପରା ପୁରୁଷ ପାଇଁକି
ଧୈର୍ଯ୍ୟ ବଳ ଶକ୍ତି ମନ୍ତ୍ର
ତା ରୂପ ମାଧୁରୀ ବିଶ୍ୱାସ ନେଇକି
ଗଢ଼ା ହୁଏ ପ୍ରାଣ ସୂତ୍ର
ପବିତ୍ର ସେ ନାରୀ ଯିଏ ତା ବଚନେ
ରଖେ ଲଜ୍ଜା ଆଭୁଷଣ
କରମର କଥା ସୁଖ ଦୁଃଖ ବୁଝି
ମେଣ୍ଟାଏ ତା ଗୁଜୁରାଣ
କନ୍ୟାଠାରେ ନାହିଁ ଜାତି ଅଜାତି ଲୋ
ଅବା ରକ୍ତ ବିଭେଦତା
ଗୁଣ ଓ ଚରିତ୍ର ଖଞ୍ଜି ପକାଇଲେ
ସେ ହିଁ ଜଗତର ମାତା ।
