STORYMIRROR

Naba Kumar Das

Inspirational

3  

Naba Kumar Das

Inspirational

ସୁକନ୍ୟା

ସୁକନ୍ୟା

1 min
316


କନ୍ୟା ରତ୍ନ କନ୍ୟା ମଣି ଲୋ ସଜନୀ 

କନ୍ୟା ପତ୍ନୀ କନ୍ୟା ମାତା 

କନ୍ୟା ପରା ଏହି ସୃଷ୍ଟିରେ ସର୍ଜନା 

ପୁଣି ସେ ଜଗତ ଜିତା 


କନ୍ୟା ହୋଇଥିଲେ ସୁଶୀଳା ସଫଳା 

ହୋଇଥିଲେ ଗୁଣ ବତୀ 

ଜଗତ ତାହାକୁ ମାତା ବୋଲି କହି 

ତା ପାଦେ ଓଜାଡେ ଭକ୍ତି 


ଶୁଭ ଚରିତ୍ରରେ ସେନେହ ପ୍ରେମରେ 

କନ୍ୟାଟି ସୁକନ୍ୟା ହୁଏ 

ଅପକାର୍ଯ୍ୟ ଯେତେ ଦେହେ ବୋଳିହେଲେ 

କୁକନ୍ୟାର ଆଖ୍ୟା ପାଏ 


ସୁକନ୍ୟା ଟି ପରା ପୁରୁଷ ପାଇଁକି 

ଧୈର୍ଯ୍ୟ ବଳ ଶକ୍ତି ମନ୍ତ୍ର

ତା ରୂପ ମାଧୁରୀ ବିଶ୍ୱାସ ନେଇକି 

ଗଢ଼ା ହୁଏ ପ୍ରାଣ ସୂତ୍ର 


ପବିତ୍ର ସେ ନାରୀ ଯିଏ ତା ବଚନେ 

ରଖେ ଲଜ୍ଜା ଆଭୁଷଣ 

କରମର କଥା ସୁଖ ଦୁଃଖ ବୁଝି 

ମେଣ୍ଟାଏ ତା ଗୁଜୁରାଣ 


କନ୍ୟାଠାରେ ନାହିଁ ଜାତି ଅଜାତି ଲୋ 

ଅବା ରକ୍ତ ବିଭେଦତା 

ଗୁଣ ଓ ଚରିତ୍ର ଖଞ୍ଜି ପକାଇଲେ 

ସେ ହିଁ ଜଗତର ମାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational