STORYMIRROR

Naba Kumar Das

Abstract

2  

Naba Kumar Das

Abstract

ଭଜନ ଅମୃତ

ଭଜନ ଅମୃତ

1 min
301

ଭଜନେ ଭଜନେ ଶୂନ୍ୟତା ଜୀବନେ 

ପୂର୍ଣ୍ଣ ହୁଏ ଆତ୍ମା ଘଟ

କାଳ ପୁରିଗଲେ ଡାକରା ଆସିଲେ 

ଯମ ବି ଭୁଲେ ତା ବାଟ 

ବାବୁରେ ଯମ ବି


ଭଜନ ରେ ଶକ୍ତି ଶକତି ଯେ ଭକ୍ତି 

ମନ ଯୋଗ ଶ୍ରୀ ପୟରେ 

ଲୀଳାମୟ ହରି ଦୁଇ କାନ ଡେରି 

ବସିଥାନ୍ତି ତୋ ଦୁଆରେ 

ବାବୁରେ ବସିଥାନ୍ତି


ଚିନ୍ତା ନର୍କଦ୍ୱାରୁ ବିଳାସ ବାସରୁ 

ମନ ଯାଏ ବହୁ ଦୂର 

ଆତ୍ମତୃପ୍ତି ଲଭି ଶ୍ରୀ ହରିକୁ ଭାବି

ମୁକ୍ତି ପାଏ ବାର ବାର 

ବାବୁରେ ମୁକ୍ତି ପାଏ


ଦୟା ଦାନ ଧର୍ମ ସର୍ବ ଶାନ୍ତି କର୍ମ 

ଭଜନ ର ପ୍ରାପ୍ୟ ଫଳ 

ମୁକତି ର ପଥେ ଜୀବନ ଜଗତେ 

ରହିଯିବ କାଳେ କାଳେ 

ବାବୁରେ ରହିଯିବ


ଦୁରାଚାରୀ ମାନେ ଭଜନ କୀର୍ତ୍ତନେ 

ମନ ଯୋଗ ଦେଲେ ଜାଣ 

ପାପ ପଥୁ ଦୂରେ ପୁର୍ଣ୍ୟ ପଥ ଧାରେ 

ପାଇବେ ଅମୃତ ପ୍ରାଣ 

ବାବୁରେ ପାଇବେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract