ଜାତିର ଆହ୍ୱାନ
ଜାତିର ଆହ୍ୱାନ
1 min
380
ଯାହାର ବୁକୁରେ କୋଣାର୍କ ଶିଖରେ
ରବି କିରଣ ବଣ୍ଟନ୍ତି
ଜଗନ୍ନାଥ ଧାମେ ଏକ ଜାତିନାମେ
ଦରିଆ ଢେଉ ଖେଳନ୍ତି ।
ସେ ଉତ୍କଳ ଚାହେଁ ତାହାରି ଗର୍ଭରେ
ଜନ୍ମନ୍ତୁ ସହସ୍ର ବୀର
ଓଡ଼ିଆ ଭାଷାରେ ସାହିତ୍ୟ ଆଶ୍ରାରେ
ହେଉ ମାନବ ଉଦ୍ଧାର ।
ଜାତି ପ୍ରେମ ବହ୍ନି ଜଳି ଉଠୁ ଏଠି
ଅଜାତି ନରହୁ କେହି
ଗୋଟିଏ ନାମରେ ଏକାଠି ହେଇରେ
ଅଗ୍ରସର ଯାନ୍ତୁ ହେଇ ।
ଜାତି ପ୍ରୀତି ଆଣ ଭାଇ ଭଗ୍ନୀ ଗଣ
ମାଆ କୁ ନଭୁଲ କେହି
ଭିନ୍ନ ଭିନ୍ନ ଜାତି ଘର ଭଙ୍ଗା ନିତୀ
ତାହାକୁ କନ୍ଦାଉ ଥାଇ ।
ଧର୍ମ ଏକ ଭିତ୍ତି ଗଢ଼ିଛନ୍ତି ବିଧି
ଛାଡିବାକୁ କଠୋରତା
ଜାତି କୁ ଭୁଲିଲେ ବିଧର୍ମୀ ସାଜିଲେ
ନାହିଁ ଜନ୍ମ ସାର୍ଥକତା ।
