STORYMIRROR

Naba Kumar Das

Thriller Others

3  

Naba Kumar Das

Thriller Others

ଦେବତା ଦିଅ ଉତ୍ତର

ଦେବତା ଦିଅ ଉତ୍ତର

1 min
272

ଦାରୁଣ ଦୁଃଖରୁ ତିକ୍ତ ଯନ୍ତ୍ରଣାରୁ 

ଉପଶମ ଦିଏ ଯିଏ 

ବିଳାପ ହୃଦୟ ଦେଇ ପରିଚୟ 

ଦେବତା ତାହାକୁ କହେ 


ଘେନି ପୂଜାଥାଳି କୁସୁମ ଶେଫାଳି 

ବନ୍ଦଇ ତାର ଚରଣ 

ଜନ ମାନସରେ ବାଟରେ ଘାଟରେ 

ବଂଚିବାକୁ ନାରୀ ପ୍ରାଣ 


ତୁମେ ଯଦି ଅଛ କାୟା ବିସ୍ତାରିଛ

ଏଠି ସେଠି ଏଣେ ତେଣେ 

କାହିଁକି କାନ୍ଦୁଛି ଜୀବନ ହାରୁଛି 

ନାରୀ ଯେଣେ ପ୍ରକାରଣେ 


ଚାହୁଁଛକି ପ୍ରଭୁ ଅଣ୍ଟି ଭରିବାକୁ 

କିଛି କିଛି ଲାଞ୍ଚ ଟଙ୍କା 

ଅବା କାହା ଭୟେ ବଂଚିବାକୁ ହାଏ 

ମଉନେ ବସିଛୁ ଏକା 


ଅସ୍ତ୍ରେ ଶସ୍ତ୍ରେ ସାଜି ଯାଉଥିଲ ମଜ୍ଜି 

ଦ୍ୱାପର ତ୍ରେତୟା ସତ୍ୟେ 

ନାରୀଟିର ମନ ଅଟେ ଯେ ମହାନ 

ପ୍ରାଣ ବଞ୍ଚୁଥିଲ ହାତେ 


ଦିଅ ହେ ଉତ୍ତର ଦେବତା ଆମର 

ଏଡ଼େ ବଡ଼ ଆଖି ତୋର 

ଏ ଯୁଗରେ କାହିଁ କିଛି କରୁନାହିଁ 

ନବଞ୍ଚି ଜୀବ କାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller