ହଜିଲା ଆକାଶ ଦୀପ
ହଜିଲା ଆକାଶ ଦୀପ
ଦିନଥିଲା ଘର ଦାଣ୍ଡରେ
ଅବା ବାଡ଼ିରେ
ତୁଳସୀ ଚଉରା ମୂଳେ
କାର୍ତ୍ତିକ ଆରମ୍ଭରେ
ଲମ୍ବା ମୁଳିଆ ବାଉଁଶଟେ ଆଣି
ବନ୍ଧାହୁଏ ଏକ ବଙ୍କୁଲି ବାଡ଼ି
ଯେଉଁଥିରେ ବନ୍ଧାହୁଏ
ଏକ କଣା ମାଟିହାଣ୍ଡି
ତା ଉପରେ ଥାଏ
ସରାଟିଏ ହୋଇ ଘୋଡେଇ
ସେ ରହିଥାଏ ଶିକାଟିରେ
ହୋଇ ଓହଳି
ସେହି ସିକା ଲାଗିଥାଏ
ଲମ୍ବା ଦଉଡ଼ିରେ
ଯାହାକୁ ଟାଣିଲେ
ହାଣ୍ଡି ରହେ ଉପରରେ
ଛାଡିଦେଲେ ଆସେ ତଳକୁ
ସନ୍ଧ୍ୟା ବେଳେ ଏ କାମ ହୁଏ |
ହାଣ୍ଡି ଭିତରେ ରଖାଯାଏ
ଘିଅ ଦୀପଟିଏ
ସନ୍ଧ୍ୟା ହେଲେ ଜଳେଇ
ସେ ହାଣ୍ଡିକୁ ଉଠାଯାଏ ଉପରକୁ
ହୁଳହୁଳି ହରିବୋଲ ଶବଦରେ
ଉଡେ ଗଗନ ପବନ,
ଜେଜେ ମାଆ ସେଠି
କଲାବେଳେ ପୂଜା
ଆମେ ଚାହିଁଥାଉ ପୂଜା ଥାଳିକୁ
ମୋ ବୋଉ ସେଠି
ରହିଥାଏ ହୋଇ
ନ ଛୋଡ ବନ୍ଧା |
ତାପରେ ପଢିବେ କାର୍ତ୍ତିକ ପୁରାଣ
ପିଣ୍ଡା ରେ ବସିବେ ସାହି ପଡିଶା
ଏବେ କାହିଁ ଆଉ ଏହି ବ୍ୟବସ୍ଥା |
ନାହିଁ ଆଉ ମୋର ଜେଜେ
କାହିଁ ଜଳୁଅଛି ଆକାଶଦୀପ
ମୋ ବୋଉ ଟିକେ ପଢୁଛି
କାର୍ତ୍ତିକ ପୁରାଣ
ଆସୁନାହାନ୍ତି ଶୁଣିବାକୁ
ସାହି ପଡିଶା |
