STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ହଜିଲା ଆକାଶ ଦୀପ

ହଜିଲା ଆକାଶ ଦୀପ

1 min
289

ଦିନଥିଲା ଘର ଦାଣ୍ଡରେ

ଅବା ବାଡ଼ିରେ

ତୁଳସୀ ଚଉରା ମୂଳେ

କାର୍ତ୍ତିକ ଆରମ୍ଭରେ 

ଲମ୍ବା ମୁଳିଆ ବାଉଁଶଟେ ଆଣି

ବନ୍ଧାହୁଏ ଏକ ବଙ୍କୁଲି ବାଡ଼ି

ଯେଉଁଥିରେ ବନ୍ଧାହୁଏ

ଏକ କଣା ମାଟିହାଣ୍ଡି

ତା ଉପରେ ଥାଏ

ସରାଟିଏ ହୋଇ ଘୋଡେଇ 

ସେ ରହିଥାଏ ଶିକାଟିରେ

ହୋଇ ଓହଳି

ସେହି ସିକା ଲାଗିଥାଏ

ଲମ୍ବା ଦଉଡ଼ିରେ

ଯାହାକୁ ଟାଣିଲେ

ହାଣ୍ଡି ରହେ ଉପରରେ 

ଛାଡିଦେଲେ ଆସେ ତଳକୁ

ସନ୍ଧ୍ୟା ବେଳେ ଏ କାମ ହୁଏ |

ହାଣ୍ଡି ଭିତରେ ରଖାଯାଏ

ଘିଅ ଦୀପଟିଏ

ସନ୍ଧ୍ୟା ହେଲେ ଜଳେଇ

ସେ ହାଣ୍ଡିକୁ ଉଠାଯାଏ ଉପରକୁ

ହୁଳହୁଳି ହରିବୋଲ ଶବଦରେ

ଉଡେ ଗଗନ ପବନ,

ଜେଜେ ମାଆ ସେଠି 

କଲାବେଳେ ପୂଜା 

ଆମେ ଚାହିଁଥାଉ ପୂଜା ଥାଳିକୁ

ମୋ ବୋଉ ସେଠି

ରହିଥାଏ ହୋଇ

ନ ଛୋଡ ବନ୍ଧା |

ତାପରେ ପଢିବେ କାର୍ତ୍ତିକ ପୁରାଣ

ପିଣ୍ଡା ରେ ବସିବେ ସାହି ପଡିଶା

ଏବେ କାହିଁ ଆଉ ଏହି ବ୍ୟବସ୍ଥା |

ନାହିଁ ଆଉ ମୋର ଜେଜେ

କାହିଁ ଜଳୁଅଛି ଆକାଶଦୀପ

ମୋ ବୋଉ ଟିକେ ପଢୁଛି

କାର୍ତ୍ତିକ ପୁରାଣ

ଆସୁନାହାନ୍ତି ଶୁଣିବାକୁ

ସାହି ପଡିଶା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics